ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଭଗବତୀ ବିହାର ସ୍ଥିତ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର କୋଣାର୍କଙ୍କ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶୈକ୍ଷିକ ଶିକ୍ଷା କାର୍ଯ୍ୟକ୍ରମରେ କୋଣାର୍କର ଦୁଇ ଶିକ୍ଷା କେନ୍ଦ୍ର ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୦୪ଟି ବିଜ୍ଞାନ ପ୍ରକଳ୍ପ ୧୫ଟି ହସ୍ତଶିଳ୍ପ ସ୍ଥାନ ପାଇଥିଲା । ଦୁଇ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ସହସମ୍ପାଦକ ଗୁଣନିଧି ମୁଦୁଲିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିଜିଓନାଲ କଲେଜର ଅଧ୍ୟକ୍ଷ ଶ୍ରୀକାନ୍ତ ସାମନ୍ତରାୟ, ବାନର ସେନାର ସମ୍ପାଦକ ପ୍ରକାଣ ଚନ୍ଦ୍ର ଖଟୋଇ, ସମଜସେବୀ ସଞ୍ଜୟ ବରାଳ ପ୍ରମୁଖ ଶିକ୍ଷାକେନ୍ଦ୍ର ପରିସରରେ ଆୟୋଜିତ ସଭାରେ ଯୋଗ ଦେଇ ଉଦ୍‌ଘାଟନ କରିଥିବାବେଳେ ଅପରାହ୍ନ୨ଟାରେ ଆୟୋଜିତ ଉଦ୍‌ଯାପନୀ ସଭାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଞ୍ଜୁକ୍ତା ତ୍ରିପାଠୀ ଯୋଗଦେଇ ଉଦବୋଧନ ଦେବା ସହ ବିଜ୍ଞାନ ପ୍ରଦର୍ଶନୀକୁ ଉଦ୍‌ଯାପିତ କରିଥିଲେ । କୋଣାର୍କ ମହାବିଦ୍ୟାଳୟର ଅଧ୍ୟାପିକା ମାଧବୀ ସେଠ ଓ ନାଟେଶ୍ୱର ସ୍କୁର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାପାତ୍ର ଏବଂ ଅଧ୍ୟାପକ ଦେବମ ମୁଦୁଲି ପ୍ରକଳ୍ପଗୁଡିକର ମୂଲ୍ୟାଙ୍କନ ପରେ କୃତୀ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ଅତିଥିମାନଙ୍କ ଦ୍ୱରା ବିତରଣ କରିଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ବିନୟ କୁମାର ମହାନ୍ତି, ଭେଙ୍କଟେଶ୍ୱର ସ୍କୁଲର ପରିଚାଳକ ମାନସରଞ୍ଜନ ମୁଦୁଲି, ସ୍କୁଲ ଅଧ୍ୟକ୍ଷ ପ୍ରସାଦ ରଞ୍ଜନ ପାତ୍ରଙ୍କ ସମେତ ସ୍କୁଲର ଶିକ୍ଷୟିତ୍ରୀ ବିସ୍ମିତା ମହାପାତ୍ର, ସଙ୍ଘମତ୍ରା ତ୍ରିପାଠୀ, ଗୀତାଞ୍ଜଳି ମହାରଣା, ବର୍ଷାରାଣି ଜେନା, ଲକ୍ଷ୍ମୀପ୍ରିୟା ମହାପାତ୍ର, ଶ୍ରଦ୍ଧାଞ୍ଜଳି ଜେନା, ମୌସୁମୀ ରାଉତରାୟ, ରାଜଶ୍ରୀ ଜେନା, ଲିନା ବେହେରା, ପ୍ରେମଶଙ୍କର ପୂଜାରୀ, ଶ୍ରଦ୍ଧାସୋନାଲି ସାହୁ, ନିଳିମା ଶତପଥି, ସଙ୍ଗୀତା ଦାସ, ତପସିନୀ ଦାସ, ଅନୁପମା କର, ସସ୍ମିତା ଖଟୋଇ, ସତ୍ୟରଞ୍ଜନ ରଥ, ବିଶ୍ୱଜିତ ପରିଡା, ସୁଦିପ ଦାସ, ବିନୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *