ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ

ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ କଟକର ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଇପଟାର ବରିଷ୍ଠ ସଦସ୍ୟ ସାଥି ଇନ୍ଦ୍ରଜିତ ଘୋଷ ପତାକା ଉତ୍ତୋଳନ କରିଥିଲେ । ଇପଟା ଜାତୀୟ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରି ଜାନସାଧାରଣଙ୍କ ମୌଳିକ ସମସ୍ୟା, ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ ଇପଟାକୁ ଏକ ସଶକ୍ତ ସଂଗଠନରେ ପରିଣତ କରିବାକୁ ଆହ୍ୱାନ ଜଣାଇଥିଲେ । ଇସକଫ ଜାତୀୟ ସାଧାରଣ ସମ୍ପାଦକ ବିଜୟ କୁମାର ପଢିହାରୀ, ଗୁରୁ ଆଶିଷ ଦାଶ, ସାଥି ଇନ୍ଦ୍ରଜିତ ଘୋଷ, ବିଜୟ କୁମାର ମହାନ୍ତି ଓ ସତୀଶ ମିଶ୍ରଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀ ସମ୍ମିଳନୀ ପରିଚାଳନା କରିଥିଲେ । ଇପଟା ଜାତୀୟ ପରିଷଦ ସଦସ୍ୟ କୃଷ୍ଣପ୍ରିୟା ମିଶ୍ର ଶୋକ ପ୍ରସ୍ତାବ ଆଗତ କରିଥିବାବେଳେ ରାଜ୍ୟ ସାଧାରଣ ସମ୍ପାଦକ ସୁଶାନ୍ତ ମହାପାତ୍ର ବିବରଣୀ ପାଠ କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶଶୀ ଭୂଷଣ ବେହେରା ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଗତିଶୀଳ ସାହିତ୍ୟ, ଗୀତ ଓ ନାଟକ ଜରିଆରେ ଐତିହାସିକ ସାମାଜିକ ପରିବର୍ତ୍ତନ କରିବାରେ ଇପଟା ସଂଗଠନ ସହାୟକ ହୋଇ ଆସିଛି ବୋଲି କହିବା ସହ ଏହାକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ । ଇପଟା ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ପାଢ଼ୀ, ବ୍ୟାଙ୍କ କର୍ମଚାରୀ ନେତା ପ୍ରଫୁଲ୍ଲ କୁମାର ତ୍ରିପାଠୀ, କଣ୍ଠଶିଳ୍ପୀ ଚରଣାରବିନ୍ଦ ଓଝା, ସିନେ କଳାକାର ବିରଞ୍ଚି ନାରାୟଣ ନାୟକ, ନାଟ୍ୟ ନିର୍ଦେଶକ ନିହାରିକା ଦାଶ, ଚିତ୍ତରଞ୍ଜନ ପାତ୍ର, ତପନ କୁମାର ସ୍ୱାଇଁ, ଅଶୋକ ସାହୁ, ଅଜୟ କୁମାର ବେହେରା, କିଶୋର ଚନ୍ଦ୍ର ଜେନା, ବିପିନୀ ବିହାରୀ ପାଢ଼ୀ, ଅଶୋକ ତା’, ଭ୍ରମରବର ସାହୁ, ସାନନ୍ଦ ସେଠୀ, ରାମଚନ୍ଦ୍ର ବେହେରା, ଅଧ୍ୟାପକ ଅଶୋକ ଦାସ, ଅଡଭୋକେଟ ଲକ୍ଷ୍ମୀଧର ଦାଶ ଓ ଭିକାରୀ ଚରଣ ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଇପଟାକୁ ଏକ କ୍ରିୟାଶୀଳ ସଂଗଠନରେ ପରିଣତ କରିବା ପାଇଁ ପ୍ରସ୍ତାବମାନ ରଖିଥିଲେ । ମାର୍ଚ୍ଚ ୧୭ ରୁ ୧୯ ତାରିଖ ଝାଡଖଣ୍ଡ-ଡାଲଟନଗଞ୍ଜ ଠାରେ ହେବାକୁଥିବା ଇପଟା ଜାତୀୟ ସମ୍ମିଳନୀରେ ଓଡିଶାରୁ ୫ଜଣ ପ୍ରତିନିଧିଙ୍କ ସମେତ ୧୨ ଜଣିଆ ସାଂସ୍କୃତିକ ଦଳ ଯୋଗଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଛି । ଏହି ଅବସରରେ ଭଦ୍ରକ ଜିଲ୍ଲାର ସାଥିମାନେ ଗୀତ ଓ ନୃତ୍ୟ ପରିବେଷଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଇପଟାର କଳାକାରମାନଙ୍କ ଦ୍ୱାରା ଅଭିନୀତ ନାଟକ “ରୁବିନାର ଜମାନବନ୍ଦୀ’ ମଞ୍ଚସ୍ଥ କରାଯାଇଥିଲା । ଶିକ୍ଷକ ନେତା ବିବେକାନନ୍ଦ ଦାଶ ସମସ୍ତଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *