ଭଲିବଲ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିବା ପରେ ଡିଜିପିଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ଖେଳାଳୀ

ଭଲିବଲ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିବା ପରେ ଡିଜିପିଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ଖେଳାଳୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ସର୍ବଭାରତୀୟ ପୁଲିସ ଭଲିବଲ କ୍ଲଷ୍ଟର-୨୦୨୨ ପ୍ରତିଯୋଗିତାର ଯୋଗ ବିଭାଗରେ ପଦକ ଜିତିଥିବା ଓଡିଶା ପୁଲିସ ଯୋଗ ଟିମର ପ୍ରତିଯୋଗୀଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଛନ୍ତି । ଉଭୟ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ପ୍ରତିଯୋଗୀମାନେ ଆଜି ଅପରାହ୍ନରେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜିପି ଶ୍ରୀ ବଂସଲଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ଆର. କେ. ଶର୍ମା ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବର ଜଲନ୍ଧର ଠାରେ ଗତ ଡିସେମ୍ବର ୧୦ରୁ ୧୫ତାରିଖ ପର୍ଯ୍ୟନ୍ତ ୭୧ତମ ସର୍ବଭାରତୀୟ ପୁଲିସ ଭଲିବଲ କ୍ଲଷ୍ଟର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଳାତ୍ମକ (ସିଂଗଲ) ପ୍ରତିଯୋଗିତାରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ,କଳାତ୍ମକ (ଗ୍ରୁପ) ରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ, ହୃଷୀକେଶ ନାୟକ, ଅମୀୟ କୁମାର ପଟ୍ଟନାୟକ, ହାବିଲଦାର ରାମଚନ୍ଦ୍ର ମହାନ୍ତି, ସିପାହୀ ଦୀପ୍ତି ରଞ୍ଜନ ମହାନ୍ତପ୍ରମୁଖ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ବେଳେ, କଳାତ୍ମକ (ଯୋଡି) ରେ ଏ.ଏସ.ଆଇ ଚନ୍ଦ୍ରକାନ୍ତ ବାରିକ, ହାବିଲଦାର ରାମଚନ୍ଦ୍ର ମହାନ୍ତ ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଏହି ସାକ୍ଷାତ ସମୟରେ ଏଆଇଜି (ମୁଖ୍ୟାଳୟ) ସୁରେଶ ଚନ୍ଦ୍ର ଜେନା, ମ୍ୟାନେଜର ସ୍ୱଦେଶ କୁମାର ମହାନ୍ତି, ସ୍ପୋର୍ଟ୍ସ ବିଭାଗର ସେକ୍ସନ ଅଫିସର ମହମ୍ମଦ ସହିଦ ଜବାର ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *