ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ

ବଡ଼ଚାଞ୍ଚୋ ବୁଢ଼ି ଜାଗୁଳେଇ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଓ ନୂତନ ଗୃହ ଉଦ୍‌ଘାଟନ


କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉଦ୍‌ଘାଟନ କରିଛନ୍ତି । ବୁଢ଼ି ଜାଗୁଳାଇ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ କର୍ମକର୍ତ୍ତାମାନେ କରୋନା କଟକଣା ଅନୁପାଳନ ପୂର୍ବକ ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମ୍ପ୍ରତି କରୋନା ଯୋଗୁଁ ଚିକିତ୍ସା କ୍ଷେତ୍ରରେ ରକ୍ତ ସଂକଟ ନହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଓଡ଼ିଶା ମୋ-ପରିବାର ଜୀବନବିନ୍ଦୁ ପକ୍ଷରୁ ବିଭିନ୍ନ ସ୍ଥାନରେ ଏହି ରକ୍ତଦାନ ଶିବିର ଆୟୋଜନ ହେଉଛି । ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ କରୋନା ସଚେତନତା କରାଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୪୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଶ୍ରୀ ବିଶ୍ୱାଳ କ୍ଲବର ନୂତନ ଗୃହକୁ ଉଦ୍‌ଘାଟନ କରିବା ସହ ଏକ ଭାଗବତ ଗୃହର ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ଅବସରରେ ନିଜ ନିଜ ମଧ୍ୟରେ ବାଦବିବାଦ ନରଖି ସମ୍ପ୍ରତି ପରିସ୍ଥିତିର ମୁକାବିଲା କରିବା ଓ ଉନ୍ନତିମୂଳକ କାର୍ଯ୍ୟରେ ସାମିଲ କରିବା ପାଇଁ ଯୁବଗୋଷ୍ଠୀମାନଙ୍କୁ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଲିଙ୍ଗରାଜ ସ୍ୱାଇଁ, ଲିଙ୍ଗରାଜ ନାୟକ, ନବୀନ ସିଂହ, କିଶୋର ସ୍ୱାଇଁ, ଆଲୋକ କୁମାର ଦାସ, କୃଷ୍ଣମୋହନ ସିଂହ, ଲକ୍ଷ୍ମୀଧର ନାୟକ, ସଞ୍ଜୟ ବେହେରା, ବିଶ୍ୱରଞ୍ଜନ ସାହୁ, ମାଧବ ବେହେରାଙ୍କ ସମେତ ଗ୍ରାମର ବହୁ ମୁରବୀ, ବୁଦ୍ଧିଜୀବୀମାନେ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *