ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବ୍ରାହ୍ମଣ ପଣ୍ଡିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

News by Basanta Rath (Cuttack Sadar)

#କଟକ ସଦର (ଏନ୍‌.ଏମ୍‌.): କଟକ ଜିଲ୍ଲା କିଶନନଗର ଅନ୍ତର୍ଗତ ବୋଧପୁର ଲୋକନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ବ୍ରାହ୍ମଣ ପଣ୍ଡିତ ଓ କର୍ମାଣି ପୂଜକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କଟକ ସଦର ୪୨ ମୌଜା, ପଟଣାର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଲଆଇସି ଉନ୍ନୟନ ଅଧିକାରୀ ତଥା ସମାଜସେବୀ ପ୍ରଭଞ୍ଜନ ଦାସ ସ୍ଥାନୀୟ ଅଞ୍ଚଳର ଜ୍ଞାନୀ ବିଦ୍ୱାନି ବ୍ରାହ୍ମଣ ପଣ୍ଡିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର ଏକ ନିଆରା ପ୍ରୟାସ ପାଇଁ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି, ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପୂଜ୍ୟ ବ୍ରାହ୍ମଣମାନେ ଜୀବନ ବ୍ୟାପୀ ମନ୍ଦିର ଓ ଦେବାଦେବୀଙ୍କ ସେବା କରିବା ସହିତ ସାମାଜିକ ପ୍ରଥା, ପରମ୍ପରାକୁ ବଞ୍ଚାଇ ରଖିବାରେ ମୁଖ୍ୟ କାର୍ଯ୍ୟବାହକ ବୋଲି ସମ୍ପାଦକ ନାରାୟଣ ମହାନ୍ତି କହିଥିଲେ । ଶିକ୍ଷକ ଅଭୟ ଦାସ ସଭା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *