ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର

ବୈଦିକ ଯୁଗରେ ନାରୀ ଶିର୍ଷକ ଆଲୋଚନାଚକ୍ର
“ମରୁନଦୀର ତୃଷ୍ଣା’ ଓ “ଜୀବନର ସ୍ୱରଲିପି’ପୁସ୍ତକ ଉନ୍ମଚିତ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ଅଖିଳ ଭାରତୀୟ କବୟିତ୍ରୀ ସମ୍ମେଳନ, ଓଡ଼ିଶା ପକ୍ଷରୁ ଏକ ଆଲୋଚନାଚକ୍ର କୋଣାର୍କ ଯାତ୍ରୀନିବାସ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏଆଇପିସି ପକ୍ଷରୁ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ “ବୈଦିକ ଯୁଗରେ ନାରୀ’ର ବିଷୟବସ୍ତୁକୁ ନେଇ ସାହିତ୍ୟ ସାଧକ ମାନେ ନିଜ ନିଜର ମତବ୍ୟକ୍ତ କରିଥିଲେ । କବୟତ୍ରୀ ଶୈଳବାଳା ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ସମ୍ମାନିତ ବକ୍ତା ଭାବେ ବିଶିଷ୍ଟ ଐତିହାସିକ ତଥା ଏଆଇପିସିର ପ୍ରତିଷ୍ଠାତା ଡ. ଲ୍ୟାରି ଆଜାଦ ଯୋଗଦେଇଥିବା ବେଳେ ସମୀକ୍ଷକ ଭାବେ ପ୍ରଫେସର ମିହିର ରାୟ, ଡ. ପ୍ରମୋଦ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅଧ୍ୟାପିକା କମଳ କୁମାରୀ ଦାଶଙ୍କ ଦ୍ୱାରା ରଚିତ ଉପନ୍ୟାସ”ମରୁନଦୀର ତୃଷ୍ଣା” ଏବଂ ଗାଳ୍ପିକ ହରିଶ୍ କୁମାର ମିଶ୍ରଙ୍କ ଗଳ୍ପସଂକଳନ “ଜୀବନର ସ୍ୱରଲିପି’ ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ଜାତୀୟ ପୁସ୍ତକ ନ୍ୟାସର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ପ୍ରଦାନ କରାଯାଇଥିଲା । ଅନୁଷ୍ଠିତ ଏହିକାର୍ଯ୍ୟକ୍ରମକୁ ଜ୍ଞାନ ମଞ୍ଚର କର୍ମକର୍ତ୍ତା ସୁବାଷ ବରାଳ,ହରିସଚନ୍ଦ୍ର ଦାସ,ପ୍ରତାପ ରାଉତ ରମେଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *