ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଆଜି ଜଣେ ଅସାମାଜିକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁଯାୟୀ ଗତ ୨୮ତାରିଖରେ କରଞ୍ଜି ପଞ୍ଚାୟତ ଅଧିନସ୍ଥ ଗୋଡ଼ଧୁଆ ଗ୍ରାମର ମହାନ୍ତି ବାନରା(୩୦) ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ତାଙ୍କ ଭଉଣୀ ଦାସମା ସିଂଙ୍କୁଙ୍କ ଶ୍ୱଶୁରର ଦ୍ୱାଦଶ କ୍ରିୟାରେ ଯୋଗଦେବାକୁ ଯାଇଥିବା ସମୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ରାମା ସିଂଙ୍କୁ(୪୦) ନାମକ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ଚାଲି ଯାଇଥିଲେ । କିଛି ସମୟ ପରେ ସେ ଏକ ବନ୍ଧୁକ ଆଣି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସୌଭାଗ୍ୟ ବଶତଃ ଗୁଳି ତାଙ୍କ ଦେହରେ ନବାଜି ଅନ୍ୟତ୍ର ଚାଲିଯାଇଥିଲା । ଗୁଳିଟି ଲକ୍ଷ୍ୟ ଭ୍ରଷ୍ଟ ହେବା ପରେ ରାମା ସିଂଙ୍କୁ ସେଠାରୁ ପଳାଇ ଯାଇଥିଲା । ତେବେ ଏ ନେଇ ଶ୍ରୀ ବାନରା ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରି କେସ ନମ୍ବର ୬୮୩/୨୩ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୁଲିସ ଅଭିଯୁକ୍ତ ରାମାକୁ ଜେରା କରିବା ସମୟରେ ସେ ଘରେ ଆଉ ଏକ ବନ୍ଧୁକ ରଖିଥିବା ସ୍ୱୀକାର କରିଥିଲା । ପୁଲିସ ତା’ ଘରେ ଚଢ଼ାଉ କରି ୨ଟି ବନ୍ଧୁକ ସହ ୪ଟି କ୍ୟାଟ୍ରିଜ, ଗନ ପାଉଡର, ଲିଡ ୬ଟା ସହ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ କରିଥିଲା । ଏ ନେଇ ପୁଲିସ ଆର୍ମ ଆକ୍ଟ ୨୫, ୨୭ ସହିତ ଭାରତୀୟ ପିଙ୍ଗଳ କୋର୍ଡ଼ ଦଫା ୩୪୧, ୨୯୪, ୩୨୩, ୩୦୭, ୫୦୬ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲଣ କରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *