ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ବିଶ୍ୱକଲ୍ୟାଣ ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍ ଏମ୍‌): ଓଡିଶା ବ୍ରାହ୍ମଣ ମହାସଙ୍ଘ, ରାଇରଙ୍ଗପୁର ଶାଖାର ସଭାପତି ଅଧ୍ୟାପକ ଗଣେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଇରଙ୍ଗପୁରର ଶ୍ରୀ ଶ୍ରୀ ପୁର୍ଣ୍ଣେଶ୍ୱର ମନ୍ଦିରରେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱକଲ୍ୟାଣ ମହାଯଜ୍ଞର ଆୟୋଜନ ହେବ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରମୁଖ ସଦସ୍ୟଙ୍କ ସର୍ବସମ୍ମତି କ୍ରମେ ଆସନ୍ତା ମାର୍ଚ୍ଚ ମାସ ୨୩,୨୪,୨୫ ଓ ୨୬ତାରିଖ ୪ ଦିନ ବ୍ୟାପି ଯଜ୍ଞ ଆୟୋଜନ କରିବା ନେଇ ଦିନ ଧାର୍ଯ୍ୟ ହୋଇଛି । ଉକ୍ତ ବୈଠକରେ ସଂଘର ସମ୍ପାଦକ ସୁଶାନ୍ତ କୁମାର ଶର୍ମା, କୋଷାଧ୍ୟକ୍ଷ ନୃସିଂହ ଚରଣ ଦାଶ, ଉପଦେଷ୍ଟା ତରୁଣ କୁମାର ନନ୍ଦ, ଈଶ୍ୱର ପ୍ରହରାଜ, ସଦସ୍ୟ ରବିନାରାୟଣ ହୋତା, ଅର୍ଦ୍ଧନ୍ଦୁ ଶେଖର ରଥ, ଶଶିର କୁମାର ପଣ୍ଡା, ସମୀର କୁମାର ଦାଶ, ଧନେଶ୍ୱର ଶତପଥୀ, ଜନରଞ୍ଜନ ଦାଶ, ବିମଳେନ୍ଦୁ ମିଶ୍ର, ମାନସ କୁମାର ମିଶ୍ର, ସତ୍ୟବ୍ରତ ଦାଶ, ହେମନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହି ବିଶ୍ୱକଲ୍ୟାଣ ଯଜ୍ଞର ସଫଳତା କାମନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *