ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

News by Akshya Kumar Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ବିଶାଳ ମୟୂରଭଞ୍ଜ ଭୂଖଣ୍ଡର ଦୁର୍ଗମ ଇଲାକାରେ ବସବାସ କରୁଥିବା ନିରିହ ଆଦିବାସୀ ଯେଉଁଠି ସ୍ୱାସ୍ଥ୍ୟ ସେବା ଅପହଞ୍ଚ, ସେଠାକାର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଏହା ଉଦ୍ଧିଷ୍ଟ ବୋଲି ମନ୍ତ୍ରୀ ଇଂ.ଟୁଡ଼ୁ କହିଛନ୍ତି । ଏହା ଭ୍ରାମ୍ୟମାଣ ହୋଇଥିବାରୁ ତୁରନ୍ତ ଅସୁବିଧା ଥିବା ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇ ପାରିବ ବୋଲି ସେ କହିଥିଲେ । ଏହି ଆମ୍ବୁଲାନ୍ସୟରେ ଡାକ୍ତର, ଫାର୍ମାସିଷ୍ଟ, ଅକ୍ସିଜେନ ଏବଂ ଅତ୍ୟାଧୁନିକ ଉପକରଣ ରହିଛି । ଗମ୍ଭୀର ଅବସ୍ଥାରେ ରୋଗୀଙ୍କୁ ତୁରନ୍ତ ଆଶୁ ଚିକିତ୍ସା କରାଇ ନିକଟସ୍ଥ ହସ୍ପିଟାଲକୁ ପହଞ୍ଚାଇବାରେ ଏହା ସହାୟକ ହେବ । ଏହି କାର୍ଯ୍ୟକ୍ରମରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟରେ ଅଧ୍ୟକ୍ଷ ସ୍ୱାମୀ ରୁପ କୁମାର ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ , ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ରାଇରଙ୍ଗପୁର ଏସଡିଏମଓ ଡାକ୍ତର ପ୍ରମୋଦ ସାହୁ, ଡାକ୍ତର ମନୀଷ ଝା, ଆଦିବାସୀଙ୍କ ଦ୍ୱାରା ରାଜ୍ୟ ବିଜେପି କାର୍ଯ୍ୟ କାରିଣୀ ସଦସ୍ୟ ସଂଜିବ ମହାନ୍ତି, ବରିଷ୍ଠ ବିଜେପି ନେତା ଈଶାନ ମିଶ୍ରଙ୍କ ସମେତ ବିଜେପିର ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ । ଦୁଇଟି ଆମ୍ବୁଲାନ୍ସରୁ ଗୋଟିଏ ବାରିପଦାରେ ଏବଂ ଅନ୍ୟଟି ରାଇରଙ୍ଗପୁରରେ ରହିବ ବୋଲି ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *