ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ଧାରଣା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି ଠିକା ବିଦ୍ୟୁତ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୀର୍ଘ ବର୍ଷ ବର୍ଷ ଧରି ଠିକା ବିଦ୍ୟୁତ୍ କର୍ମଚାରୀ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ପ୍ରତି ଟାଟା ପାୱାର ବୈମାତୃକ ମନୋଭାବ ଚଳାଇ ଆସୁଥିବା ଅଭିଯୋଗ ଉଠିଛି । ପୂର୍ବ ସର୍ତ୍ତରେ ଖିଲାପ କରି ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା, ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଟାଟା ପାୱାର ଠିକା କର୍ମଚାରୀଙ୍କୁ ସିଧାସଳଖ ଦରମା ପ୍ରଦାନ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ଠିକା ବିଦ୍ୟୁତ କର୍ମଚାରୀଙ୍କ ସର୍ତ୍ତାବଳୀ, ଗ୍ରୁପ ହେଲଥ୍ ଇନସ୍ୟୁରାନ୍ସ, ଗ୍ରୁପ ଟର୍ମ ଇନସ୍ୟୁରାନ୍ସ ଆଦି ଦାବିକୁ ସମ୍ପୁର୍ଣ୍ଣ ଅଣଦେଖା କରିଥିବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ଏ ନେଇ କର୍ମଚାରୀମାନେ ବାରମ୍ବାର ନ୍ୟାର୍ଯ୍ୟ ଅଧିକାର ପାଇଁ ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ପୂର୍ବ ନିଷ୍ପତି ଅନୁଯାୟୀ ଆଜି କଟକ ପାଲାମଣ୍ଡପ ସ୍ଥିତ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍‌ୁଖରେ ସଂଘର ଉପଦେଷ୍ଠା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ୫ ଶହରୁ ଉର୍ଦ୍ଧ୍ୱ ଠିକା କର୍ମଚାରୀ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ । ଠିକା ଶ୍ରମିକମାନଙ୍କ ଦାବିକୁ ପୁରଣ କରିବାତ ଦୁରର କଥା, ସେମାନଙ୍କ ସହ ବସି ଟାଟା କର୍ତୁପକ୍ଷ ଆଲୋଚନା ନକରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଧାରଣାକାରୀମାନେ କହିଛନ୍ତି । ତେବେ ଯେତେ ଦିନ ପର୍ଯ୍ୟନ୍ତ କର୍ମଚାରୀଙ୍କ ଏହି ଦାବି ପୁରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ଉପଦେଷ୍ଠା ଶ୍ରୀ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର କଟକ ଜିଲ୍ଲା ସମ୍ପାଦକ ଭାଗୀରଥୀ ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *