ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା !

ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି: ଏମସିସି ଖତକୁଣ୍ଡରୁ ନିର୍ଗତ ଗ୍ୟାସ ଯୋଗୁଁ କର୍ମଚାରୀଙ୍କ ଜୀବନ ଗଲା !

ଫଟୋ- କାହ୍ନୁଚରଣ ପଣ୍ଡା

କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁଁ ଆଜି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଏମସି ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡରେ ଥିବା ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି) ଖତଗୁଣ୍ଡରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ପ୍ରଭାବରେ ଜନୈକ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସ୍ଥାନୀୟ ନିମପୁର ନୂନତ ବସ୍ତିର ସ୍ୱର୍ଗତ ମୁନା ନାଏକଙ୍କ ସାନ ପୁଅ ମଣ୍ଟୁ (୨୪) ବୋଲି ଜଣାପଡ଼ିଛି । ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ମଣ୍ଟୁଙ୍କୁ ୩ ମାସ ପୁର୍ବେ ଏସଏଚଜି ଗ୍ରୁପ୍ ମାଧ୍ୟମରେ ସିଏମସି କର୍ତ୍ତୃପକ୍ଷଙ୍କ ଦ୍ୱାରା ୪୦ନମ୍ବର ୱାର୍ଡରେ ଏଲସିବି ଗାଡିରେ ଲୋଡର ଓ ପରେ ୪୮ନମ୍ବର ୱାର୍ଡର ଏମସିସିରେ ଥିବା ଖତକୁଣ୍ଡରେ ଖତ ଘାଣ୍ଟିବା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ ଆଜି ମଣ୍ଟୁ ଖତ ଘାଣ୍ଟିବା ସମୟରେ ବିଷାକ୍ତ ଦୁର୍ଗନ୍ଧ ଗ୍ୟାସ ଯୋଗୁଁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଆଜି ଭୋର ସମୟରେ ମଣ୍ଟୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ ମେଡିକାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଏପରି ମୃତ୍ୟୁ ପରେ ମା’ ରେଣୁ ନାଏକ ସିଏମସି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ଉକ୍ତ ଏମସିସିରେ କର୍ମଚାରୀ ମାନଙ୍କୁ ଖତ ଘାଣ୍ଟିବା ସମୟରେ କୌଣସି ସୁରକ୍ଷା ଉପକରଣ ଦିଆ ନଯିବାରୁ ମଣ୍ଟୁଙ୍କ ମୃତ୍ୟୁ ଘଟିଥିବା ଜୟ ମା’ ମଙ୍ଗଳା ବସ୍ତି ବାସିନ୍ଦାଙ୍କ ପକ୍ଷରୁ ସଭାପତି ବିଷ୍ଣୁ ନାଏକ, ଭୀମ ନାଏକ, ସୀତା ନାଏକ, ମମି ନାଏକ, ସାକିନା ବିବି ଓ ମାନସୀ ଦେଇଙ୍କ ସମେତ ବହୁ ଅଞ୍ଚଳବାସୀ ସିଏମସିର ଏଭଳି ଦାୟିତ୍ୱହୀନତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ୱାର୍ଡ ଅଫିସର ପିତାମ୍ବର ମଲ୍ଲିକଙ୍କୁ ପଚାରିବାରେ ମଣ୍ଟୁ କମ୍ପୋଷ୍ଟ ସେଣ୍ଟରରେ କାମ କରୁଥିଲେ ସତ, କିନ୍ତୁ ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କିଛିଦିନ ହେବ ଛୁଟିରେ ଥିବା କହିଛନ୍ତି । ତେବେ ମୃତକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *