ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର

ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର


#ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ସ୍ଥିତ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକ ଅଡିଟୋରିୟମ ପ୍ରାଙ୍ଗଣରେ କଟକ ଦକ୍ଷିଣ ଡାକମଣ୍ଡଳ ତରଫରୁ ଜଗତସିଂହପୁର ଉପ ମଣ୍ଡଳର ସହକାରି ଡାକ ଅଧିକ୍ଷକ ବ୍ରଜେନ୍ଦ୍ର ହେମ୍ବ୍ରମଙ୍କ ତତ୍ତ୍ୱାବଧାନରେ ଏକ ଡାକ କର୍ମଯୋଗୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟତଃ ଜଗତସିଂହପୁର ଡବ୍ଲୁଟିସି ପ୍ରଶିକ୍ଷକ ବେଣୁଧର ସାହୁ ପରିଚାଳନା କରିଥିଲେ । କୁଶ କୁମାର, ବିଜନେସ ଏଜକ୍ୟୁଟିଭ ଅସିତ କୁମାର ସ୍ୱାଇଁ ଓ ଅଲିଭା ବିଶ୍ୱାଳ ଏହି ଶିବିରରେ ଶ୍ରୀ ସାହୁଙ୍କୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଏହି ଶିବିରରେ ଜଗତସିଂହପୁର ଜିଲ୍ଲାରେ ଥିବା ସମସ୍ତ ଡାକଘରର ପ୍ରାୟ ୫୦୦ ଜଣ ଡାକ କର୍ମଚାରୀମାନଙ୍କୁ ଡାକଘରେ ଉପଲବ୍ଧ ସହିତ ନୂତନ ଭାବେ ଯୋଗ ହେଉଥିବା ନୂଆ ନୂଆ ସ୍କିମ ସମ୍ବନ୍ଧରେ ଟ୍ରେନିଙ୍ଗ ଦିଆଯାଇଥିଲା । ଏହି ଶିବିରକୁ ଆୟୋଜନ କରିବାରେ ଓଭରସିଅର ପୁରୁଷୋତ୍ତମ ସାସମଲ, ପ୍ରିତମ ଦାସ, ନେପାଳ ଶବର, ଜଗନ୍ନାଥ ପାତ୍ର, ବିଶ୍ୱନାଥ ଯତି ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *