ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

ବିଚ୍ କନେକ୍ଟ କାର୍ଯ୍ୟକ୍ରମ: ମନ ମୋହିଲା ଜୁମ୍ବା ନୃତ୍ୟ, ନିମ୍ବୁରେସ

News & Photo From Ajit Kumar Mallick

କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ସମୁଦ୍ର କୂଳରେ ଅନୁଷ୍ଠିତ ହୋଇଯାଇଛି ବିଚ କନେକ୍ଟ (ସଂଯୋଗ:ସ୍ୱର୍ଣ୍ଣାଭ ବେଳାଭୂମି) କାର୍ଯ୍ୟକ୍ରମ । ଏହି ଅବସରରେ ଆଜି ସକାଳ ୬ ଘଟିକା ସମୟରେ ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ଜୁମ୍ବା ନୃତ୍ୟ, ନିମ୍ବୁ ରେସ, ଯୋଗ, ମ୍ୟୁଜିକ ଚେୟାର, ସ୍ୱାସ୍ଥ୍ୟ ପରୀକ୍ଷା, କୁଇଜ ପ୍ରତିଯୋଗିତା, ଲାଇଭ ପେଣ୍ଟିଂ, ପିଲାମାନଙ୍କ ପାଇଁ ବକେଟବଲ, ଆର୍ଚେରୀ, ପିରାମିଡ, ରିଙ୍ଗ ଥ୍ରୋ ଭଳି ଫନ ଗେମ୍‌, ଟଗ୍ ଅଫ୍ ୱାର (ଦୌଡି ଭିଡା) ଅନୁଷ୍ଠିତ ହୋଇଥିଲା । ଶିଳ୍ପୀ ଏଣ୍ଟରଟେନମେଣ୍ଟ ପକ୍ଷରୁ ସମ୍ବଲପୁରୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସମୁଦ୍ରକୂଳ ବ୍ୟବସାୟୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପୌରସଂସ୍ଥା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବେଳାଭୂମି ସଫେଇ ସହ ଏହାର ସୁରକ୍ଷା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ପୌରସଂସ୍ଥା ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମ କରାଯାଇଛି । ସରକାରୀ ଅଧିକାରୀ, କର୍ମଚାରୀ, ପର୍ଯ୍ୟଟକ, ହୋଟେଲ ବ୍ୟବସାୟୀ, ବୁଦ୍ଧିଜୀବୀ, ପୁରୀବାସୀ, ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ସାମିଲ ହୋଇ । ପ୍ରତି ରବିବାର ବ୍ୟବଧାନରେ ସକାଳ ସାଢେ ୫ ଘଟିକାରୁ ସାଢେ ୮ ଘଟିକା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ । ଏହି ଅବସରରେ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୌର ସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଜିଲ୍ଲା ଆପଦକାଳୀନ ଅଧିକାରୀ ଜିତେନ୍ଦ୍ର ପାତ୍ର, ଜିଲ୍ଲା କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ପରାମର୍ଶଦାତା ଜ୍ୟୋତି ପ୍ରକାଶ, ସିଦ୍ଧାର୍ଥ ରାୟ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *