ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍‌ଘାଟନ

ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍‌ଘାଟନ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକଜିଲ୍ଲା ବାସୁଦେବପୁର ସ୍ଥିତ ଅଟ୍ଟଳ ବିହାରୀ ମହାବିଦ୍ୟାଳୟରେ ନିକଟରେ ଏଚ.ଡି.ଏଫ୍‌. ସି. ବ୍ୟାଙ୍କର ଏକ ଶାଖା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଫିତା କାଟି ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପିତାମ୍ବର ମଲ୍ଲିକ, ଗୋପାଳ ଚନ୍ଦ୍ର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଅଶିତ କୁମାର ଦାସ, କମଳାକାନ୍ତ ରଣା, ଭାଗିରଥି ପଲାଇ, କଂଗ୍ରେସର ଦଳର ଯୁବ ସଭାପତି ସୁଶାନ୍ତ ମହାକୁଡଙ୍କ ସହିତ ପରିଚାଳକ ଦେବାଶିଷ ପରିଡ଼ା, ଏଚ.ଡି.ଏଫ.ସି ବ୍ୟାଙ୍କର କ୍ଲଷ୍ଟର ହେଡ ଦେବବ୍ରତ ନାୟକ, ଏଚ.ଡି.ଏଫ.ସି ବ୍ୟାଙ୍କର ଡେପୁଟି ଉପ ସଭାପତି ରଜତ କିଶ୍ୱର ମହାକୁଡ, ସହକାରୀ ପରିଚାଳକ ବିଷ୍ଣୁ ମୋହନ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଉକ୍ତ ବ୍ୟାଙ୍କର ପ୍ରଥମ ଦିନରେ ଗୋଟିଏ କାର, ଗୋଟିଏ ବାଇକ୍‌, ଗୋଟିଏ ସ୍କୁଟି ଏବଂ ଲକ୍ଷାଧିକ ଟଙ୍କାର କାରବାର ହେବା ସହିତ ଅନେକ ଗ୍ରାହକ ବ୍ୟାଙ୍କରେ ଜମା ଖାତା ମଧ୍ୟ ଖୋଲିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *