ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ


#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଲପଡ଼ା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିଜୀ ସରକାରୀ ଉପ୍ରା ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆଶାମଣି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ତେବେ ପାଠ ପଢା ସହିତ ସାମାଜିକ କାମ ଓ ଅନ୍ୟାନ୍ୟ କ୍ଷେତ୍ର ଯଥା ନାଚ, ଗୀତ, ଭାଷଣ, ବକୃତା, ପ୍ରବନ୍ଧ ଆଦି ପ୍ରଭୃତି ରେ ନିଜର ଆଗ୍ରହ ରହିବା ସହିତ ପିତା, ମାତା ଓ ଗୁରୁଜନମାନଙ୍କୁ ଭକ୍ତି ଓ ସମ୍ମାନ ଦେବା ସହିତ ନିଜକୁ ସମସ୍ତ କ୍ଷେତ୍ରରେ ପ୍ରତିପାଦିତ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ, ସମ୍ମାନିତ ଅତିଥି ଭାବେ ବନ୍ଦନା ସ୍ୱାଇଁ, ସିଆର ସି ସି ମାତୃସେବା ଜ୍ଞାନ ବିଶ୍ୱାଳ, ଚେୟାର ପର୍ସନ ଏସଏମସି କୈଳାସ ଭଳ, ପୂର୍ବତନ ପ୍ରଧାନଶିକ୍ଷକ ବାଲୁଙ୍କେଶ୍ୱର ବିଦ୍ୟାପୀଠ ଗଙ୍ଗାଧର ପୃଷ୍ଟି, ପୂର୍ବତନ ପ୍ରଧାନ ଶିକ୍ଷକ ଗାନ୍ଧିଜୀ ବିଦ୍ୟାପୀଠ ହେମନ୍ତ କୁମାର ପାତ୍ର, ସମାଜସେବୀ ଶଙ୍କର୍ଷଣ ବେହେରା, ବରିଷ୍ଠ ମୂରବୀ ଲକ୍ଷ୍ମୀଧର ନାୟକ ପ୍ରମୁଖ ସଦସ୍ୟଙ୍କ ସମେତ ବହୁ ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ପ୍ରଦୀପ ବିଶ୍ୱାଳ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *