ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ

ବାରବାଟୀ-କଟକ ବିଧାୟକଙ୍କ ସିଏମସି ୩ ନମ୍ବର ୱାର୍ଡ ପରିଦର୍ଶନ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ୱାର୍ଡ଼ରେ ଜନସାଧାରଣଙ୍କ ରହିଥିବା ବିଭିନ୍ନ ସମସ୍ୟାକୁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପରିଦର୍ଶନ କରି ଯାଞ୍ଚ ଚଳାଇଛନ୍ତି । ପର୍ଯ୍ୟାୟକ୍ରମେ ବିଭିନ୍ନ ୱାର୍ଡ଼ରେ ଥିବା ସମସ୍ୟାଗୁଡ଼ିକୁ ନିଜେ ଅନୁଧ୍ୟାନ କରିବା ସହ ଏହାର ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଅଞ୍ଚଳବାସୀଙ୍କ ସହ ପ୍ରତ୍ୟେକ୍ଷ ଆଲୋଚନା ମଧ୍ୟ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ବିଧାୟକ ଇଂ. ମହମ୍ମଦ ମୋକିମ ଆଜି କଟକ ମହାନଗର ନିଗମ ୩ ନମ୍ବର ୱାର୍ଡ ଅନ୍ତର୍ଗତ ସିଡିଏ ଅଞ୍ଚଳ ପରିଦର୍ଶନରେ କରିଛନ୍ତି । ଉକ୍ତ ଅଞ୍ଚଳରେ ରାସ୍ତାଘାଟ ଓ ନାଳନର୍ଦ୍ଦମା ସଫେଇ, ମରାମତି କାର୍ଯ୍ୟ ସହିତ ନିର୍ମାଣ କାର୍ଯ୍ୟ ଗୁଡିକର ଅଗ୍ରଗତି ସମ୍ପର୍କରେ ସ୍ଥାନୀୟ ବାସିନ୍ଦାଙ୍କୁ ପଚାରି ବୁଝିଥିଲେ । ଏଥି ସହିତ ସ୍ଥାନୀୟ ଅଞ୍ଚଳର ମୁରବୀ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ସାକ୍ଷାତ କରି ବିଭିନ୍ନ ଆଲୋଚନାମାନ କରିଥିଲେ । ବିଧାୟକ ଉନ୍ନୟନ ପାଣ୍ଠିରୁ ଚାଲୁଥିବା ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଟକ ନଗର (ଜିଲ୍ଲା) କଂଗ୍ରେସ କମିଟି ପୂର୍ବତନ ସଭାନେତ୍ରୀ ଗିରିବାଳା ବେହେରା, ଶୈଳବାଳା ଜେନା, ପ୍ରଫୁଲ ପ୍ରଧାନ, ବିନୟ ଭୂଷଣ ମହାନ୍ତି, ପ୍ରମୋଦ ମିଶ୍ର, ପ୍ରଫୁଲ୍ଲ ମିଶ୍ର, ଅକ୍ଷୟ ଦାସ, ସନ୍ତୋଷ ବଡୁ, ଜ୍ଞାନେନ୍ଦ୍ର ନାଥ ଦାସ, ପ୍ରଦୋଷ ଦାସ, ଅଭିଷେକ କୁମାର, ଅବିନାଶ ମହାପାତ୍ର, ଦୀପକ ରାଉତ, ଅମୂଲ୍ୟ ବେହେରା, ବିଶ୍ୱନାଥ ମହାନ୍ତି, ମନୋଜ ସାହୁ, ମନୋରମା ପଣ୍ଡା, ସୁଶ୍ରୀ ସଂଗୀତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *