ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା

ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ଆନ୍ଦୋଳନର ମହାନ ଯୋଦ୍ଧା, ଆପୋଷହୀନ ଧାରାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ସଭା ସିଡିଏ ୮ନମ୍ବର ସେକ୍ଟରର ବାଇଗଣ ବସ୍ତିରେ ପାଳନ ହୋଇଯାଇଛି । ନେତାଜୀ ଜୟନ୍ତୀ ନେଇ ରାଜୁ ହେମ୍ବ୍ରମଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଉପସ୍ଥିତ ଅତିଥିମାନେ ନେତାଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଆଜିର ସମାଜ ନେତାଜୀଙ୍କୁ ଉଚିତ ସମ୍ମାନ ଦେଇ ପାରିନଥିବା କ୍ଷୋଭର ସହ କହିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ସାରା ଓଡ଼ିଶା ନେତାଜୀ ସୁଭାଷ ୧୨୫ତମ ଜୟନ୍ତୀ କମିଟି କଟକ ଜିଲ୍ଲା ସଦସ୍ୟ ବିଶିଷ୍ଟ କବି ଅକ୍ଷୟ ରାଉଳ ଯୋଗଦେଇ ନେତାଜୀ ଆମ ଦେଶରେ ଯେଉଁ ଭଳି ସ୍ୱାଧୀନତା ଅର୍ଜନ କରିବାକୁ ଚାହୁଁ ଥିଲେ ତାହା ଅଧୁରା ରହିଯାଇଛି; ତାହା ଆମକୁ ପୁରଣ କରିବାକୁ ପଡିବ । ମୁଖ୍ୟବକ୍ତା ଭାବେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ଆବାହକ ଖଗେଶ୍ୱର ସେଠୀ ଯୋଗଦେଇ ନେତାଜୀଙ୍କ ଜୀବନ ସଂଗ୍ରାମରୁ ଶିକ୍ଷା ନେଇ ଆମ ମୌଳିକ ଅଧିକାର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରଖିବାକୁ ପଡିବ ବୋଲି କହିଥିଲେ । ଏହି ଆଲୋଚନା ସଭାରେ ବସ୍ତି ନେତା ଦୀପକ୍ ଦାସ, ସିପ୍ରା ମହାନ୍ତି ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବସ୍ତି ମୁଖିଆ ଦାସ ହେମ୍ବ୍ରମ, ରବି ମାରାଣ୍ଡି, ରାଇମୁନି ଟୁଡୁ, ସାଇବ ବିନ୍ଧାଣୀ ଓ ଛବିନ୍ଦ୍ର ଦଳେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *