ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ

ବରିଷ୍ଠ ଶ୍ରମିକନେତା ବସନ୍ତ ସାହୁଙ୍କ ମାତୃବିୟୋଗ


କଟକ(ଏନ୍‌.ଏମ୍‌.): ବରିଷ୍ଠ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ସର୍ବଭାରତୀୟ ସଭାପତିଙ୍କ ମାତା କେଶରୀ ସାହୁଙ୍କ ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗୀୟା ସାହୁଙ୍କ ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସ୍ଥାନୀୟ ସିଡିଏ କୃଷକ ବଜାରସ୍ଥିତ ସାନପୁଅଙ୍କ ବାସ ଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶେଷ ଦର୍ଶନ କରିଥିଲେ। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ-ବୋହୁ, ନାତି, ନାତୁଣୀ, ଝିଅ- ଜ୍ୱାଇଁ, ଭଣଜା ପ୍ରମୁଖ ଉପସ୍ଥିତଥିଲେ। ଭାରତୀୟ ମଜଦୁର ସଂଘର ସମସ୍ତ କର୍ମକର୍ତ୍ତା, ଆଶା ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥି ସହିତ ସ୍ୱର୍ଗୀୟା ସାହୁ ବିଭିନ୍ନସ୍ତରରେ ଲୋକମାନଙ୍କ ହକ ପାଇଁ ସଂଗଠନ ସୃଷ୍ଟି କରିବା ଉପରେ ପ୍ରେରଣା ଦେଉଥିଲେ।ତାଙ୍କ ପାର୍ôଥବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *