News by Maheswar Behera (Athagarh)

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦିନ ଦିନ ବୃଦ୍ଧି ପାଉଛି ବେଆଇନ ଗୋଚାଲଣ । ଏ ନେଇ ନ୍ୟାୟାଳୟ ମଧ୍ୟ ସ୍ୱତନ୍ତ୍ର କଟକଣା ଲଗାଇଥିଲେ ବି ମାନୁନାହାନ୍ତି ଗୋ ମାଫିଆ । ତେବେ ଗୋମାଫିଆମାନେ ବେଆଇନ ଭାବେ ଗୋ ଚାଲଣ କରୁଥିବାବେଳେ ପୁଲିସକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଶାସନ ଛକରେ । ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଗାଡ଼ିକୁ ପୁଲିସ ଅଟକାଇବାରୁ ଗୋରୁ ମାଫିଆ ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ଏପରିକି ଗୋରୁ ମାଫିଆମାନେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ କରି ଗୋରୁ ବୋଝେଇ କଣ୍ଟେନରକୁ ଛଡ଼ାଇ ନେଇଥିବା ଜଣାପଡ଼ିଛି । ତେବେ ଗୋରୁ ମାଫିଆଙ୍କ ଆକ୍ରମଣରେ ତିଗିରିଆ ଥାନା ଅଧିକାରୀ ସୁଚିତ୍ରା ଜେନା ଓ ସବ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ ଓ ସବ ଇନ୍ସପେକ୍ଟର ଲକ୍ଷ୍ମୀଧର ବେହେରା ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ କଣ୍ଟେନର କାନପୁର ଥାନା ଅନ୍ତର୍ଗତ ଚମ୍ପେଶ୍ୱର ଗ୍ରାମରୁ ବାହାରି କଲିକତା ଯାଉଥିବାବେଳେ ବିଶେଷ ସୂତ୍ରରୁ ଖବର ପାଇ ତିଗିରିଆ ପୁଲିସ ତିଗିରିଆ ଥାନା ଅନ୍ତର୍ଗତ ଗୋହିରିମୁଣ୍ଡ ଛକ ଠାରେ ଜଗିରହିଥିଲା । କିଛି ସମୟ ପରେ ଗୋରୁବୋଝେଇ କଣ୍ଟେନର ଆସିବାରୁ ଏହାକୁ ପୁଲିସ ଅଟକାଇଥିଲେ । ଫଳରେ ଗୋ-ମାଫିଆମାନେ ପୁଲିସ ଉପରେ ଆକ୍ରମଣ କରିଥିଲେ । କିଛି ସମୟ ପାଇଁ ପୁଲିସ ଓ ଗୋରୁ ମାଫିଆଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଗୋରୁ ମାଫିଆଙ୍କ ଆକ୍ରମଣରେ ତିଗିରିଆ ଥାନା ଅଧିକାରୀ ଓ ଦୁଇ ସବ୍ ଇନ୍ସପେକ୍ଟର ଆହତ ହୋଇଥିବା ବେଳେ ଗୋରୁ ମାଫିଆ ମାନେ ଉକ୍ତ ଗୋରୁ ବୋଝେଇ କଣ୍ଟେନରକୁ ଛଡ଼ାଇ ନେଇ ସେଠାରୁ ଫେରାର ହୋଇ ଯାଇଥିଲେ । ଗୁରୁତର ଥାନା ଅଧିକାରୀ ଓ ଦୁଇ ସବ୍ ଇନ୍ସପେକ୍ଟରଙ୍କୁ ତିଗିରିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ଛାଡ଼ି ଦିଆଯାଇଥିବା ଜଣାପଡିଛି । ଖବର ପାଇ କଟକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ବିଶି ବଡ଼ମ୍ବା ଥାନା ଅଧିକାରୀ ମାଣିଆବନ୍ଧ ଥାନା ଅଧିକାରୀ ଆଠଗଡ଼ ଥାନା ଅଧିକାରୀଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ତିଗିରିଆରେ ପହଞ୍ଚି ଗୋରୁ ମାଫିଆଙ୍କୁ କାବୁ କରିବା ପାଇଁ ଛାନଭିନ ଚଳାଇଛନ୍ତି । ଏହି ଘଟଣାରେ ପୁଲିସ ନିଜ ଆଡୁ କେଶ ନମ୍ବର ୩୮/୨୦୨୩ ମାମଲା ରୁଜୁ କରି ଛାନଭିନ ଜାରି ରଖିଥିବାବେଳେ ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚରା ଜାରି ରଖିଛି ।

By admin

Leave a Reply

Your email address will not be published. Required fields are marked *