ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ

ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା
ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର (ଏନ.ଏମ୍‍.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହି ଯୋଜନା ବିଭିନ୍ନ ସମୟରେ ଦିଗହରା ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସାଲେପୁର ବ୍ଲକ ଜଗତପୁରସ୍ଥିତ ମୁତାରିଫା ପଞ୍ଚାୟତ ଭୟରପୁର ଗ୍ରାମର ୧୪ନମ୍ବର ୱାର୍ଡ ବାସିନ୍ଦା ରବିନାରାୟଣ ପଣ୍ଡାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ରବିନାରାୟଣ ଓ ତାଙ୍କ ପତ୍ନୀ ଉର୍ମିଳା ତାଙ୍କ ଦୁଇ ଝିଅଙ୍କୁ ବିବାହ କରାଇବା ପରେ ସେମାନେ ଅତି ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ଜୀବନ ବିତାଉଛନ୍ତି । ଫନି ବାତ୍ୟା ପରଠାରୁ ତାଙ୍କ ଘର ଭାଙ୍ଗିବା ସହ ବିପଦ ପୂର୍ଣ୍ଣ ଫଟା କାନ୍ଥ ଘରେ ରହିଆସୁଛନ୍ତି । ପ୍ରଶାସନ ପକ୍ଷରୁ କେବଳ ଜରି ପାଲ ଖଣ୍ଡେ ତାଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଇତି ମଧ୍ୟରେ ସେମାନଙ୍କ ଭଙ୍ଗା ଘରକୁ ୩ ବର୍ଷରୁ ଉର୍ଦ୍ଧ ସମୟ ବିତିି ସାରିଥିଲେ ବିଘରେ ଖଣ୍ଡେ ଆଜି ପ୍ରର୍ଯ୍ୟନ୍ତ ପାଇପାରିଲେ ନାହିଁ । ସ୍ଥାନୀୟ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ଗୁହାରୀ କରିଆସୁଥିଲେ ବି ସେଥିପ୍ରତି ଲୋକ ପ୍ରତିନିଧିଙ୍କ ଆନ୍ତରିକତା ମନେହେଉଛି । ରବିନାରାୟଣ ସ୍ଥାନୀୟ ଅଞ୍ଚଳର ଛକ ବଜାର ଦୋକାନ ପୂଜା କରି ସେଥିରୁ ଯେଉଁ ଅର୍ଥ ପାଇଥାଆନ୍ତି ସେଥିରେ ତାଙ୍କୁ ଘର ଚଳିବା କାଠିକର ପାଠ ହୋଇଥାଏ । ଏଥିସହ ସରକାରୀ ସହାୟତା ଭାବେ ରାସନ କାର୍ଡରୁ ଚାଉଳ ଗଣ୍ଡିଏ ପାଇବାରୁ ଦୁଖେଃ କଷ୍ଟେ ଦିନ ଅତିବାହିତ କରୁଛନ୍ତି । ଅପରପକ୍ଷେ ଉର୍ମିଳା ବିକଳାଙ୍ଗ ଭତ୍ତା ଓ ତାଙ୍କ ସ୍ୱାମୀ ରବିନାରାୟଣ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି । ଏହି ସ୍ୱଳ୍ପ ଅର୍ଥରେ ବିପଦପୂର୍ଣ୍ଣ ଘରକୁ ଭାଙ୍ଗି ନୂତନ ଗୃହ ନିର୍ମାଣ କରିବା ସେମାନଙ୍କ ପକ୍ଷେ ସମ୍ଭବପର ହେଉନାହିଁ । ଘରର ଭଙ୍ଗା କାନ୍ଥ ଫାଟି ଆଁ କରିଥିଲା ବେଳେ କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଏହି ଦମ୍ପତ୍ତି ପ୍ରକୃତ ପକ୍ଷେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ କାହିଁକି ପାଇପାରୁ ନାହାଁନ୍ତି? ତୁରନ୍ତ ଏହି ଦମ୍ପତ୍ତିଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ପକ୍କା ଘର ଖଣ୍ଡେ ଯୋଗାଇ ଦେବାପାଇଁ ଭୟରପୁର ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଉଛି । ଏସମ୍ପର୍କରେ ମୁତାରିଫା ସରପଞ୍ଚ ରୁକିଆ ପରୱିନଙ୍କୁ ପଚାରିବାରେ ସେ ଏବେ ନୂଆକରି ସରପଞ୍ଚଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ପଞ୍ଚାୟତରେ ଫନି ବାତ୍ୟା ପରଠାରୁ ଏକାଧିକ ପରିବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ତୁରନ୍ତ ତାଲିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି ତାଲିକାରେ ଯଦି ରବିନାରାୟଣଙ୍କ ନାମ ରହିଥାଏ ତେବେ ତାଙ୍କୁ ନିଶ୍ଚିନ୍ତ ଭାବେ ପକ୍କାଘର ଖଣ୍ଡିଏ ଦିଆଯିବ । ଏଥିସହ ରବିନାରାୟଣଙ୍କ ଭଙ୍ଗାରୁଜା ଘରକୁ ସେ ତଦାରଖ କରିବେ ବୋଲି କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *