News by Smruti Ranjan Tripathy (Cdr)

ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ୍ କ୍ୱାଟରରୁ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

News by Smruti Ranjan Tripathy (Cdr)

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ ସରକାରୀ ପ୍ରାଣୀ ଚିକିତ୍ସାଳୟ ଷ୍ଟାଫ୍ କ୍ୱାଟରରୁ ଜଣେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଅଡ଼ସପୁର ଥାନା ଅନ୍ତର୍ଗତ ଉତ୍ତାରଣ ଗ୍ରାମର ଟିଟୁ ପାତ୍ର(୩୪) ବୋଲି ଜଣାପଡ଼ିଛି। ସେ ପ୍ରାଣୀ ଚିକିତ୍ସାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଆଜକୁ ୬ବର୍ଷ ଧରି କାମ କରିଆସୁଥିଲେ। ଟିଟୁ ଏକାକୀ କ୍ୱାଟରରେ ରହୁଥିବା ବେଳେ ସକାଳୁ ଅଫିସ୍ ଖୋଲିନଥିଲେ। ଅଫିସ୍ ଖୋଲିବାରେ ବିଳମ୍ବ ହେବାରୁ ସହକର୍ମୀ ମାନେ କ୍ୱାଟରକୁ ଯାଇ ଟିଟୁଙ୍କୁ ଡାକିବାରୁ ଟିଟୁ କବାଟ ଖୋଲି ନଥିଲେ। ଟିଟୁ ବେକରେ ଗାମୁଛା ଗୁଡ଼ାଇ ଫ୍ୟାନ୍ ରେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ମୁଖ୍ୟ ଡାକ୍ତର ରଶ୍ମି ରଞ୍ଜନ ନାୟକ ଘଟଣା ସଂପର୍କରେ ଟାଙ୍ଗୀ ପୋଲିସ୍ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି। ତେବେ ଟିଟୁ କାହିଁକି ଆତ୍ମତ୍ୟା କଲେ ଏନେଇ କାରଣ ଅସ୍ପଷ୍ଟ ଥିବା ବେଳେ ସାଇଣ୍ଟିଭିକ ଟିମ୍ ତଦନ୍ତ କରିବା ସହିତ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *