ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ

ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ପରଲୋକ


#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଶିକ୍ଷାବିତ ଖ୍ରୀଷ୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଦୟାନିଧି ସାମନ୍ତରାୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା । ସେ ଶିକ୍ଷକ ଆନ୍ଦୋଳନର ଜଣେ ତୁଙ୍ଗ ନେତାଥିଲେ । ଶିକ୍ଷକ ମହାସଂଘର ଉପସଭାପତି ଓ ଓଡ଼ିଶା ବେସରକାରୀ କଲେଜ ଶିକ୍ଷକ ସଂଘର ବହୁଦିନ ଧରି ସଭାପତି ରୂପେ କାର୍ଯ କରିବା ସହ ଘରୋଇ ଶିକ୍ଷା ଅନୁଷ୍ଠାନ ମାନଙ୍କର ଶିକ୍ଷକ ମାନଙ୍କୁ ପ୍ରତ୍ୟକ୍ଷ ଦରମା ପ୍ରଦାନ ଆନ୍ଦୋଳନ ସମୟରେ ନେତୃତ୍ୱ ନେଇଥିଲେ । ଶିକ୍ଷକ ଆନ୍ଦୋଳନର ମହାରଥୀ ଅବନୀ କୁମାର ବରାଳଙ୍କର ସେଥିଲେ ଘନିଷ୍ଠ ସହଯୋଗୀ । ଇସକଫର ରାଜ୍ୟ ସଭାପତି ମଣ୍ଡଳୀର ସେ ଥିଲେ ସଭାପତି । ଜଣେ ବାମପନ୍ଥୀ ଭାବେ ସିପିଆଇର ସଭ୍ୟ ଭାବେ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିଲେ । ତାଙ୍କ ବିୟୋଗର ଖବର ପାଇ ସିପିଆଇ ରାଜ୍ୟ, କଟକ ଜିଲ୍ଲାଓ ନଗର କମିଟି ପକ୍ଷରୁ ତାଙ୍କ ମହତାବ ରୋଡର ନାରାୟଣ ମିଶ୍ର ଲେନ ସ୍ଥିତ ବାସଭବନରେ ପହଞ୍ଚି ଲାଲ ପତାକାରେ ଆଚ୍ଛାଦିତ କରି ପୁଷ୍ପମାଲ୍ୟ ପ୍ରଦାନ କରି ଶେଷ ସମ୍ମାନ ଜଣାଇ ଥିଲେ । ତାଙ୍କ ବିୟୋଗରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସମ୍ପାଦକ ମଣ୍ଡଳୀ ସଭ୍ୟ ଅଭୟ ସାହୁ, ରାମକୃଷ୍ଣ ପଣ୍ଡା, ନୂଆଦିଲ୍ଲୀରେ ଜାତୀୟ ପରିଷଦର ଅଧେୀ୍ୱଶନରୁ ଶୋକ ପ୍ରକାଶ କରି ବାର୍ତ୍ତା ପଠାଇଛନ୍ତି । ବିଶ୍ୱ ଶିକ୍ଷକ ଫେଡେରସନର ସାଧାରଣ ସମ୍ପାଦକ ପ୍ରଫେସର ଅମିୟ କୁମାର ମହାନ୍ତି, ଶିକ୍ଷକ ମହାସଂଘ ର ରାଜ୍ୟ ସମ୍ପାଦକ ପ୍ରଫେସର ର୍ୱିରାୟ ଓ ବେସରକାରୀ କଲେଜ ଶିକ୍ଷକ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଅଧ୍ୟାପକ ଦୁଷ୍ମନ୍ତ ନାୟକ ଶୋକ ପ୍ରକାଶ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ କନ୍ୟା ଅଧ୍‌ଯାପିକା ପ୍ରଜ୍ଞା ସାମନ୍ତରାୟ, ଜ୍ୟେଷ୍ଠ ପୁତ୍ର ଉଦ୍ୟାନ ବିଭାଗର ଉପନିର୍ଦେଶକ ମିହିର ସାମନ୍ତରାୟ,କନିଷ୍ଠ ପୁତ୍ର ଜଳସମ୍ପଦ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଅରୁଣ ସାମନ୍ତରାୟ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ଖାନନଗର ଶଶ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *