ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ଉଦ୍‌ଘାଟିତ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଜବହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍ ଠାରେ ପ୍ରଥମ ସର୍ବଭାରତୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ସ୍ଥାନରୁ ତଥା ଭାରତର ବିିଭିନ୍ନ ପ୍ରଦେଶରୁ ଆସିଥିବା ପ୍ରାୟ ୫ ହଜାର ପ୍ରତିନିଧିଙ୍କ ମାର୍ଚ୍ଚ ଫାଷ୍ଟ ଏବଂ ବନ୍ଦେମାତରମ୍ ଗାନ ସହିତ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ଏଥିରେ ଶ୍ରୀଅରବିନ୍ଦ ଆଶ୍ରମ ଅରୋଭିଲ୍ ଫାଉଣ୍ଡେସନର ସେକ୍ରେଟାରୀ ଡକ୍ଟର ଜୟନ୍ତୀ ରବି ମୁଖ୍ୟଅତିଥି ,କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ ଓ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ ସମ୍ମାନିିତ ଅତିଥି ଭାବେ ଯୋଗ ଦେଇଥିଲେ । ମାର୍ଚ୍ଚଫାଷ୍ଟ ପରେ ମାତୃଭବନ ଶିକ୍ଷାକେନ୍ଦ୍ରର ଛାତ୍ରୀମାନଙ୍କ ଦ୍ୱାରା ଶ୍ରୀଅରବିନ୍ଦଙ୍କ ୫ଟି ସ୍ୱପ୍ନର ଏକ ଗୋଷ୍ଠୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହାପରେ ‘ଓଡ଼ିଶାରେ ଶ୍ରୀମାଙ୍କ କଥା’ ଶୀର୍ଷକ ପ୍ରବନ୍ଧକୁ ଡକ୍ଟର ଜୟନ୍ତୀ ରବି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଅଧିବେଶନରେ ଶ୍ରୀମତୀ ରବି, ବିଧାୟକ ଶ୍ରୀ ବିଶ୍ୱାଳ, ବିଧାୟକ ଇଂ. ମହମ୍ମଦ ମୋକିମ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଏକ ସୁଦୃଶ୍ୟ ସ୍ମରଣିକା ମଧ୍ୟ ଉଦ୍‌ଘାଟିତ ହୋଇଥିଲା । ଏଥିରେ ଅନ୍ୟାନ୍ୟଙ୍କ ମଧ୍ୟରେ ଅଧ୍ୟାପକ ବାଦଲ ମହାନ୍ତି, ଡଃ ସୁଜାତା ଦାସ, ଡା.ଜୟନ୍ତ ପଣ୍ଡା, ଡଃ ଆଲୋକ ପାଣ୍ଡେ, ଅଧ୍ୟାପିକା ଶ୍ୟାମା କାନୁନଗୋ, ସଞ୍ôଚତା ବେହେରା, ପ୍ରସାଦ ତ୍ରିପାଠୀ, ଡ. ବିଜୟିନୀ ମହାପାତ୍ର, ଡଃ ବିଭା ବୈଷ୍ଣବ, ଡଃ ଛଲାମୟୀ ରେଡ୍ଡୀ, ସରସ୍ୱତୀ ଭୌମିକ, ଅମିତା ବେହେରା, ମମତା ଦାସ, ରତ୍ନା ମୁନ୍‌ସୀ, ଅଧ୍ୟାପିକା ଜ୍ୟୋତ୍ସ୍ନା ପଟ୍ଟନାୟକ, ବିଦୁଲତା ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *