ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ପୌର ନିର୍ବାଚନ ପରିପ୍ରେକ୍ଷୀରେ କଟକ ନଗର କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ଫଟୋ- ଚନ୍ଦନ

କଟକ (ଏନ.ଏମ୍‌.): ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଜି କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ସଇଦାନୀବଗିଚା ସ୍ଥିତ କଂଗ୍ରେସ କାର‌୍ୟ୍ୟାଳୟ ପରିସରରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ପୌରହିତ୍ୟ କରି ଆଗାମୀ ପୌର ନିର୍ବାଚନରେ ୨୦୧୯ ସାଧାରଣ ନିର୍ବାଚନର ସଫଳତାକୁ ପୁନଃ ପ୍ରତିଫଳିତ କରିବା ପାଇଁ ୱାର୍ଡ ଓ ବୁଥ ସ୍ତରରେ ନିର୍ବାଚନକୁ ପରିଚାଳନା କରିବା ନିମନ୍ତେ ଗୁରୁତ୍ଵ ଦେଇଥିଲେ । କଟକ ପୌର ନିଗମ ନିର୍ବାଚନର ସଫଳତା ସାରା ରାଜ୍ୟ ରାଜନୀତିକୁ ଦିଗଦର୍ଶନ ଦେବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ କଂଗ୍ରେସ ଦଳ ପାଇଁ ଶୁଭ ସଙ୍କେତ ଆଣି ଦେବ ବୋଲି କହିଥିଲେ । ବରିଷ୍ଠ କଂଗ୍ରେସ ନେତା ପିସିସି ଉପ-ସଭାପତି ସୁରେଶ ମହାପାତ୍ର ଭାଷଣ ଦେଇ ସମ୍ମିଳିତ ଉଦ୍ୟମ ଏବଂ ଜନ ସଂପର୍କକୁ ଆଧାର କରି ଆମେ କଟକ ମହାନଗର ନିଗମ ନିର୍ବାଚନ ବିଜୟକୁ ସୁନିଶ୍ଚିତ କରି ପାରିବା ବୋଲି କହିଥିଲେ । ସିଏମସି ମେୟର ପ୍ରାର୍ଥିନୀ ତଥା ନଗର କଂଗ୍ରେସ ସଭାପତି ଗିରିବାଳା ବେହେରା ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରି କଟକ ସହରବାସୀଙ୍କ ସେବା କରିବାକୁ ସୁଯୋଗ ଦେବାକୁ ନିବେଦନ କରି ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୌଦ୍ବାର-କଟକ ବିଧାୟକ ପ୍ରାର୍ଥୀ ଜଗଦୀଶ ମହାନ୍ତି,ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲ,ପୂର୍ବତନ ଉପ-ନଗରପାଳ ପୁଷ୍ପା ସାମଲ, ସିପିଆଇ (ଏମ) ନେତା ରବି ମଲ୍ଲିକ, କଂଗ୍ରେସ ନେତା ନିକୁଞ୍ଜ ପସାୟତ, ବିଶ୍ଵଜିତ ଦାସ, କାଶୀନାଥ ମଲ୍ଲିକ,ଶୈଳବାଳା ଜେନା,ଅନିଲ ବେଉରା, କିଶୋର କୁମାର କର,କମଲେସ ସାଗର,ସେକ ଲିଆକତ ଉଦ୍ଦୀନ ଅହମ୍ମଦ,ଜ୍ଞାନ ରଞ୍ଜନ ସ୍ଵାଇଁ,କେଦାର ପୃଷ୍ଟି,ବଟକୃଷ୍ଣ ସାହୁ,ସୁବାଶିଶ ପଟ୍ଟନାୟକ,ସୁରଜିତ ସାହୁ,ସୂର‌୍ୟ୍ୟମଣି ମହାନ୍ତି,ରଶ୍ମୀ ରଞ୍ଜନ ମିଶ୍ର,ଜାକିର ଖାନ,ସ୍ଵର୍ଣ୍ଣପ୍ରଭା ପସାୟତ,ସୁମତି ହେମ୍ରମ ପ୍ରମୁଖ ଭାଷଣ ଦେଇ ଦଳୀୟ ନିର୍ବାଚନ ପ୍ରଚାର କାର‌୍ୟ୍ୟକ୍ରମକୁ ଜୋରଦାର କରିବା ପାଇଁ କର୍ମୀମାନଙ୍କୁ ଆହ୍ଵାନ ଜଣାଇବା ସହିତ କଂଗ୍ରେସ ଦଳର ମେୟର ଓ କର୍ପୋରେଟର ପ୍ରାର୍ଥୀମାନଙ୍କୁ ବିଜୟୀ କରିବାର ଆବଶ୍ୟକତାକୁ ଗୁରୁତ୍ଵ ଦେଇଥିଲେ । ଏହି ଅବସରରେ ୪୧ ନମ୍ବର ୱାର୍ଡର ବିଜେଡି ନେତ୍ରୀ ସୂର‌୍ୟ୍ୟମଣି ସାମଲ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ଯୋଗଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *