ପୁଲିସ୍‌ ଉପରେ ନାରାଜ ତହସିଲଦାର, କହିଲେ, ‘ଆଉ ସାହାଯ୍ୟ କରିବିନି’

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ସନ୍ଧ୍ୟାରେ ଏକ ବିବାହ ଭୋଜିରେ ଚଢ଼ାଉ କରି ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ବାଲେଶ୍ୱର ସଦର ତହସିଲଦାର ଆଜି ପୁଲିସ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ଗତକାଲି ୩ ଜଣଙ୍କୁ ଅଟକ ରଖିବା ପରେ ଛାଡ଼ି ଦେଇଥିବାରୁ ପୁଲିସ୍‌ ଉପରେ ନାରାଜ ହୋଇଯାଇଛନ୍ତି ତହସିଲଦାର। ଭବିଷ୍ୟତରେ ଆଉ ପୁଲିସ୍‌କୁ ସହାୟତା କରିବେ ନାହିଁ ବୋଲି ରୋକଠୋକ ଶୁଣାଇ ବି ଦେଇଛନ୍ତି।

ବାଲେଶ୍ୱର ସଦର ଥାନା ଓଡ଼ଙ୍ଗୀ ପଞ୍ଚାୟତର ହିଞ୍ଜିଳି ଗାଁରେ ଏକାଦଶ ଭୋଜିରେ ଗତକାଲି ସନ୍ଧ୍ୟା ସମୟରେ ତହସିଲଦାର ଅନାମିକା ସିଂ ଘଟଣାସ୍ଥଳରେ ପହଞ୍ଚି ଚଢ଼ଉ କରିଥିଲେ । କୋଭିଡ ଗାଇଡଲାଇନ୍‌ଠୁ ବହୁ ଅଧିକ ଲୋକଙ୍କ ସମାଗମକୁ ନେଇ ତହସିଲଦାର ଆୟୋଜନକାରୀଙ୍କୁ ପଚରାପଚରି କରିଥିଲେ। ଶହ ଶହ ଲୋକଙ୍କ ପାଇଁ ଭୋଜି ଆୟୋଜନ ଦେଖି ତୁରନ୍ତ କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ କହିଥିଲେ । ତହସିଲଦାରଙ୍କ ଚଢ଼ଉ ଦେଖି ସଂପୃକ୍ତ ବ୍ୟକ୍ତିଙ୍କ ସମର୍ଥକମାନେ ଘେରି ଯାଇଥିଲେ । ଗାଳିଗୁଲଜ କରିବା ସହ କର୍ମଚାରୀଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ । ପାଖାପାଖି ୨ଘଣ୍ଟାକାଳ ଧରି ଖଣ୍ଡଯୁଦ୍ଧ ପରିସ୍ଥିତି ଉପୁଜିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *