ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ

ପୁଲିସ ପକ୍ଷରୁ କଟକରେ କାଳିପୂଜା ପାଇଁ ପ୍ରସ୍ତୁତି ବୈଠକ
୬ରେ ଭସାଣି, ଗୋଟିଏ ଘଣ୍ଟ ବଜାଇବାକୁ ଅନୁମତି


କଟକ(ଏନ୍‌.ଏମ୍‌.): ଗତବର୍ଷ ଚଳିତବର୍ଷ ମଧ୍ୟ କରୋନା ଯୋଗୁ କଟକ ସହରରେ ଅନ୍ୟାନ୍ୟ ପୂଜା ପାର୍ବଣ ଭଳି ନିରାଡମ୍ବରଭାବେ ପାଳନ କାଳିପୂଜା ପାଳନ କରାଯିବ । ଦୁର୍ଗାପୂଜା ଭଳି ସବୁ ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ରହିବ । ବିନା ଭକ୍ତରେ ମା’ କାଳିପୂଜା ଅସନ୍ତା ୪ତାରିଖ ମଧ୍ୟରାତ୍ରିରେ ନୀତି ନିୟମ, ପରମ୍ପରା ଅନୁଯାୟୀ ପାଳିତ ହେବ । ମଣ୍ଡପକୁ ଚାରିପଟୁ ଆବଦ୍ଧ କରାଯାଇ ମା’ଙ୍କର ପୂଜାର୍ଚ୍ଚନା କରାଯିବ । ପୂଜା ସମୟରେ ମଣ୍ଡପ ଭିତରେ ସର୍ବାଧିକ ୭ ଜଣଙ୍କୁ ରହିବାକୁ ଅନମୁତି ଦିଆଯିବ । ୬ ତାରିଖରେ ଗୋଟିଏ ଘଣ୍ଟ ଓ ସର୍ବାଧିକ ୧୦ଜଣ ଲୋକଙ୍କୁନେଇ ଦେବୀ ଗଡାରେ ଭସାଣି ହେବ । ପୂର୍ବଭଳି ଭସାଣିରେ ମେଢ ସାହି ପରିକ୍ରମା କରିବାକୁ ବାରଣ କରାଯାଇଛି । ଏହାଛଡା ସହରରେ ବାଣ ଦୋକାନ ଖୋଲିବା ଲାଗି ମନା କରାଯାଇଛି । କମିଶନରେଟ ପୁଲିସ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବଗୁଡିକୁ ଉଭୟ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ଗ୍ରହଣ କରିଛି । ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଏହି ବୈଠକରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପ୍ରତୀକ ସିଂ, ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ, ପୂର୍ବାଞ୍ଚଳ ଶାନ୍ତି କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ, ଡେପୁଟି କମିଶନର ଅବିନାଶ ରାଉତ ଓ ସହରର ବିଭିନ୍ନ କାଳିପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *