ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି


ନୂଆଦିଲ୍ଲୀ (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି. ଆଇ ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି କେନ୍ଦ୍ରାପଡାର ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି.ଆଇ, ତ୍ୟାଗ କରିବା ପାଇଁ ଦାବି କରିବା ସହ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଇତିହାସରୁ ଜଣାଯାଏ କି ଗଙ୍ଗରାଜତ୍ୱ ସମୟରୁ ଅର୍ଥାତ ୪୦୦ ବର୍ଷ ପୂର୍ବରୁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ବଳଦେବଜିଉଙ୍କ ମୁଖ୍ୟ ପ୍ରସାଦ ଭାବେ ଜଣାଶୁଣା ସୁସ୍ୱାଦୁ ମିଷ୍ଟାନ୍ନ ରସାବଳୀକୁ କେନ୍ଦ୍ରାପଡା ବାସି ବିକ୍ରୟ କରି ନିଜର ଗୁଜୁରାଣ ମେଣ୍ଟାନ୍ତି । ଏପରିକି ରସାବଳୀ ସମ୍ପର୍କରେ ପ୍ରାଚୀନ ଦାଣ୍ଡି ରାମାୟଣ ଓ ଜଗମୋହନ ରାମାୟଣରେ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଲେଖା ଯାଇଅଛି । କିନ୍ତୁ କେନ୍ଦ୍ରାପଡାର ଏହି ରସାବଳୀ ଦେଶ, ବିଦେଶ କୁ ବ୍ୟାପିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ଡି. ଆଇ ଟ୍ୟାଗ ହୋଇ ପାରିନାହିଁ । ଦେଶ ଓ ରାଜ୍ୟର ପ୍ରମୁଖ ପ୍ରଦର୍ଶନୀ ଓ ଓଡିଶା ପ୍ରସିଦ୍ଧ ବାଲିଯାତ୍ରାରେ ରସାବଳୀ ପ୍ରଦର୍ଶିତ ହୋଇ ଆଦୃତ ହୋଇପାରିଛ । ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଓଡିଶାର ଏହି ରସାବଳି ବିଭିର୍ଣ୍ଣ ଯାନି ଯାତ୍ରା, ମେଳା ଓ ପ୍ରଦର୍ଶନୀମାନଙ୍କରେ ଆଦୃତ ହୋଇପାରିଛି । କେନ୍ଦ୍ରାପଡାର ରସାବଳିକୁ ଜି.ଆଇ ଟ୍ୟାଗ ମିଳି ପାରିଲେ, ଏହା ଆନ୍ତର୍ଜାତିକ ସ୍ତରରେ ସ୍ୱୀକୃତି ପାଇପାରିବା ସହିତ ଦେଶ ବିଦେଶରେ ମଧ୍ୟ ଆଦୃତ ହୋଇ ପାରିବ । ଫଳ ସ୍ୱରୂପ ଜାତୀୟ ଏବଂ ଆନ୍ତର୍ଜାତୀୟ ପର୍ଯ୍ୟଟକମାନେ ତୁଳସୀ କ୍ଷେତ୍ର ପ୍ରତି ଆକର୍ଷିତ ହେବେ । ତେଣୁ କେନ୍ଦ୍ରାପଡା ରସାବଳିର ଜି.ଆଇ ଟ୍ୟାଗ ପାଇଁ ବୁଦ୍ଧିଜୀବୀ, ରାଜ ନେତା ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସଦ ସୁବାସ ସିଂ, ମୁନା ଖାନ ଓ ମମତା ମହନ୍ତଙ୍କ ମାଧ୍ୟମରେ କମର୍ସ ଓ ଇଣ୍ଡଷ୍ଟ୍ରି ମନ୍ତ୍ରୀଙ୍କ ପାଖରେ ନିଜର ଦାବି ଉଠାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *