ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ

ପାରାଦୀପ ପୋର୍ଟ ଓ କେନ୍ଦ୍ରାପଡ଼ା ସାଂସଦଙ୍କ ପକ୍ଷରୁ ବିଏଲଏସ ଆମ୍ବୁଲାନ୍ସ ପ୍ରଦାନ


କଟକ (ଏନ୍‌.ଏମ୍‌.): ସମ୍ପ୍ରତି କଟକ ଜିଲ୍ଲାରେ କରୋନା ସଂକ୍ରମଣ ଜାରି ରହିଛି । ତେବେ ଏହାକୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଜଣେ କରୋନା ସଂକ୍ରମିତ ହେଲେ ଆମ୍ବୁଲନ୍ସ ଯୋଗେ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ରୋଗୀମାନଙ୍କୁ ନିଆଯାଉଛି । କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବାରେ ଆମ୍ବୁଲାନ୍ସର ଆବଶ୍ୟକତା ପୂରଣ କରିବା ପାରାଦୀପ ପୋର୍ଟ ଟ୍ରଷ୍ଟ ଓ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ସହଯୋଗର ହାତ ବଢ଼ାଇଛନ୍ତି । ପୋର୍ଟ କର୍ତ୍ତୃପକ୍ଷ ଓ ସାଂସଦଙ୍କ ସହଯୋଗରେ ଏକ ବେସିକ ଲାଇଫ ସପୋର୍ଟ(ବିଏଲଏସ) ଆମ୍ବୁଲାନ୍ସ ଓ ଅକ୍ସିଜେନ କନସଷ୍ଟ୍ରେଟର ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରଦାନ କରାଯାଇଛି । ଏହି ଆମ୍ବୁଲାନ୍ସ ସାହାଯ୍ୟରେ କୋଭିଡ ରୋଗୀଙ୍କୁ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବା ଲାଗି ଏହା ସହଯୋଗ କରିବ । ଗୁରୁତର ରୋଗୀମାନେ ଅକ୍ସିଜେନ କନସଷ୍ଟ୍ରେଟର ଦ୍ୱାରା ଚିକିତ୍ସା ପାଇପାରିବେ । ଉକ୍ତ ଆମ୍ବୁଲାନ୍ସ ଓ ଅକ୍ସିଜେନ କନସଷ୍ଟ୍ରେଟରକୁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଉପସ୍ଥିତିରେ ଟାଙ୍ଗୀ ସିଏଚସିକୁ ଦିଆଯାଇଛି । ଏହି ଅବସରରେ ସାଂସଦ ଅନୁଭବ ମହାନ୍ତି, ପାରାଦୀପ ପୋର୍ଟ ଟ୍ରଷ୍ଟ ମୁଖ୍ୟଚିକିତ୍ସା ଅଧିକାରୀ ଡାକ୍ତର ପ୍ରହଲ୍ଲାଦ ପଣ୍ଡା, ଅଧ୍ୟକ୍ଷ ଆଶିଷ ବୋଷ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଜିଲ୍ଲା କୋଭିଡ ନୋଡାଲ ଅଫିସ ଡାକ୍ତର ଉମେଶ ରାୟ, ଲୋକ ସମ୍ପର୍କ ସୂଚନା ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ତନ୍ମୟ ଦାସ, ଡାକ୍ତର ମଧୁସ୍ମିତା ନାୟକ, ସହକାରୀ ଜିଲ୍ଲାପାଳ ଅଲକା ରାଣୀ ଦେବତାଙ୍କ ସହ ଅନ୍ୟ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *