ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ନେତାଜୀଙ୍କ ସ୍ମୃତିରକ୍ଷା ପାଇଁ ‘କଟକ-ଚୌଦ୍ୱାର ବିକାଶ ପରିଷଦ’ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଥିଲେ । ନିଜର ଦେଶପ୍ରେମ, ସାହାସିକତା, ନୀତି ନିଷ୍ଠା ଦ୍ୱାରା ଦେଶ ତଥା ରାଜ୍ୟ ପାଇଁ ଯେଉଁ ଗୌରବ ଛାଡ଼ି ଯାଇଛନ୍ତି ତାହା ଅତ୍ୟନ୍ତ ବିରଳ । ଆଉ ସବୁଠୁ ବଡ଼କଥା ହେଉଛି ସେ ବୀର ଓଡ଼ିଶା ମାଟି ତଥା କଟକରେ ଜନ୍ମଗ୍ରହଣ କରିଥିଲେ । ଏହି କଟକରେ ତାଙ୍କର ଏନ୍ତୁଡ଼ି ଜଳିଥିଲା । ଏହି ବିଶ୍ୱବିଦିତ ବୀରଙ୍କ ପ୍ରତି ରାଜ୍ୟ କରିଥିବା ଅବହେଳା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ତେଣୁ ନେତାଜୀଙ୍କ ବିରତ୍ୱର ଗାଥାକୁ ଅଧିକ ପ୍ରଚାର ପ୍ରସାର କରିବା ନିମନ୍ତେ “କଟକ-ଚୌଦ୍ୱାର ବିକାଶ ପରିଷଦ’ ଦାବି ହୋଇଛି । ପରିଷଦ ସଭାପତି ମାନସ ପରିଡାଙ୍କ ନେତୃତ୍ୱରେ ଆଜି ଶତାଧିକ ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ୧୦ଦଫା ସମ୍ବଳିତ ସ୍ମାରକପତ୍ର ଜଗତପୁର ସ୍ଥିତ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କ ଜରିଆରେ ପ୍ରଦାନ କରାଯାଇଛି ।
ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି ଯେ, ନେତାଜୀ ସାରା ଭାରତ କାହିଁକି ସମଗ୍ର ବିଶ୍ୱରେ ଭାରତର ସ୍ୱାଧୀନତା ସଂଗ୍ରାମୀ ଭାବରେ ଏକ ଅଦ୍ୱିତୀୟ ନାମ । ଯାହାଙ୍କୁ ନେଇ ବିଶେଷ କରି ତାଙ୍କ ଜନ୍ମ ମାଟି “କଟକ’ ଗର୍ବିତ; କିନ୍ତୁ ଆଜି ମଧ୍ୟ ସେ ଜନ୍ମ ମାଟିରେ ଅବହେଳିତ ହୋଇ ରହିଛି । ନେତାଜୀଙ୍କ ଜୀବନ ଗାଥା ସମ୍ପର୍କରେ ଆଗାମୀ ପୀଢ଼ି ଅଧିକ ଜିଜ୍ଞାସା ଭାବ ପ୍ରଦର୍ଶନ ନିମନ୍ତେ ତାଙ୍କ ଜନ୍ମମାଟି କଟକରେ ଏକ ସୁ-ଉଚ୍ଚ ପ୍ରତିମା ସ୍ଥାପନ କରାଯିବା,ତାଙ୍କ ସମ୍ମାନାର୍ଥେ ନେତାଜୀ ବ୍ୟବହାର କରୁଥିବା “ଅଷ୍ଟିନ କାର’କୁ ଓଡିଶା ଅଣାଯାଇ କଟକ ଓଡ଼ିଆ ବଜାର ସ୍ଥିତ ସଂଗ୍ରହାଳୟରେ ରଖାଯିବା, କଟକରେ ନେତାଜୀ ରିସର୍ଚ୍ଚ ସେଣ୍ଟର ସ୍ଥାପନ କରାଯାଇ ତାଙ୍କ ଜୀବନୀ ବିଷୟରେ ଗବେଷଣା କରାଯିବା, କଟକ ସହରରେ କିଛି ମାର୍ଗକୁ ନେତାଜୀଙ୍କ ନାମରେ ନାମିତ କରିବା, ନେତାଜୀଙ୍କ ବୀରତ୍ୱର ଗାଥା ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ଦିଆଯିବା, ନେତାଜୀଙ୍କ ଦ୍ୱାରା ବ୍ୟବହୃତ ବିଭିନ୍ନ ସାମଗ୍ରୀ ଗୁଡିକ ବିଶ୍ୱର ବିଭିନ୍ନ ସ୍ଥାନରୁ ଏକତ୍ରୀତ କରି ଜନ୍ମସ୍ଥାନ କଟକ ମାଟିକୁ ଅଣାଯାଉ, ନେତାଜୀ ପିଲାଦିନେ ପାଠପଢିଥିବା ଷ୍ଟିୱାର୍ଟ ସ୍କୁଲ ଓ ରେଭେନ୍ସା କଲଜିଏଟ ସ୍କୁଲ ପରିସର ମଧ୍ୟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା, ନେତାଜୀଙ୍କ ଜନ୍ମସ୍ଥଳୀ ସଂଗ୍ରହାଳୟରେ ଏକ ପ୍ରେକ୍ଷାଳୟ ପ୍ରତିଷ୍ଠା ପୂର୍ବକ ନେତାଜୀଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରି ପର୍ଯ୍ୟଟକମାନଙ୍କୁ ପ୍ରଦର୍ଶନ କରାଯିବା, କଟକ ରେଳ ଷ୍ଟେସନ ସମ୍ମୁଖରେ ନେତାଜୀଙ୍କର ଏକ ସୁ-ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କାରାଯିବାକୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ଅବସରରେ ସଭାପତି ଶ୍ରୀ ପରିଡାଙ୍କ ସମେତ କଟକ ପୂର୍ବାଞ୍ଚଳ ଶାନ୍ତି କମିଟି ସହ-ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ସାମାଜିକ କର୍ମୀ ଅଜୟ ଗୋଚ୍ଛାୟତ, ସୁକାନ୍ତ ସାହାଣୀ, ବରିଷ୍ଠ ନାଗରିକ ଅଶ୍ୱିନୀ ମହାରଣା, ଗୋବର୍ଦ୍ଧନ ସାହୁ ଓ ପ୍ରୀତିରଞ୍ଜନ ଜେନା, ପ୍ରତାପ ପରିଡା, ଯୁବ ସଂଗଠକ ମାନସ ନାୟକ, ଅନନ୍ତ ସାମଲ, ଆବାସ ମଲ୍ଲିକ, ପ୍ରବୀର ରଥ, ସୁଶୀଲ ମହାନ୍ତି, ଶ୍ରମିକ ନେତା ଲଷ୍ମୀଧର ଶରଣ, ନଗେନ୍ଦ୍ର ମହାପାତ୍ର, ଶିବ ପ୍ରଧାନ, ଉମାଶଙ୍କ ସାମଲ, ବସ୍ତୀନେତା ଚିତ୍ତରଞ୍ଜନ ମହାନ୍ତି, ଦିଲ୍ଲୀପ ଚୌଧୁରୀ, କିଶୋର ନାୟକ, ଜୟନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *