ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ

ନେତାଜୀ ଜୟନ୍ତୀ ଅବସରରେ ଜଗତପୁର ବଲ ବ୍ୟାଡମିଟନ କ୍ଲବ ପକ୍ଷରୁ ବୃକ୍ଷରୋପଣ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ କଟକ ଜଗତପୁର ଗ୍ରାମ ଗୋପୀନାଥଜୀଉ ମନ୍ଦିର ନିକଟରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ କଟକ ଜିଲ୍ଲା ପରିବେଶ ସମିତି ସଂଯୋଜକ ଅର୍ଜୁନ ବିଶ୍ୱାଳ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷର ଆବଶ୍ୟକତା ଓ ନେତାଜୀଙ୍କ କର୍ମମୟ ଜୀବନ ଉପରେ ସଭାରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ଜିଲ୍ଲା ବଲ ବ୍ୟାଡମିଟନ ସଙ୍ଘର ସଭାପତି ପାର୍ଥସାରଥୀ ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ, ଲିଙ୍ଗରାଜ ପୃଷ୍ଟି, ମଧୁସୂଦନ ମହାରଣା, ଶରତ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ପାଇକ, ମହମ୍ମଦ ରେହେମାନ, ରବୀନ୍ଦ୍ର ନାଥ ପଣ୍ଡା, ଦେବେନ୍ଦ୍ର ନାଥ ସାହୁ, ରମେଶ ଚନ୍ଦ୍ର ବେହେରା, ରଞ୍ଜନ କୁମାର ନାୟକ ଉପସ୍ଥିତ ରହି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ କରିଥିଲେ । ଜଗତପୁର ଗ୍ରାମର ୪୫ ଜଣ ପ୍ରତିଯୋଗୀଙ୍କୁ ନେଇ ଏକ ବଲ ବ୍ୟାଡମିଟନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ନିକଟରେ ଅନୁଷ୍ଠିତ ଜାତୀୟ ସବ ଜୁନିଅର ବଲ ବ୍ୟାଡମିଟନ ପ୍ରତିଯୋଗିତାରେ ଭାଗ ନେଇଥିବା ଜଗତପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଶ୍ମି ରେଖା ଚୌଧୁରୀଙ୍କୁ ମୁଖ୍ୟଅତିଥି ଦ୍ୱାରା ପ୍ରମାଣପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *