ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତିସଭା: ‘ସ୍ମୃତି ତର୍ପଣ’ ଉନ୍ମୋଚିତ

ନୃସିଂହ ପ୍ରସାଦ ମହାନ୍ତିଙ୍କ ସ୍ମୃତିସଭା: ‘ସ୍ମୃତି ତର୍ପଣ’ ଉନ୍ମୋଚିତ

News by Basanta Ratha (Cuttack Sadar)

#କଟକ ସଦର(ଏନ୍‌.ଏମ୍‌.): ନୃସିଂହ ପ୍ରସାଦ ସ୍ମୃତି କମିଟି ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ କବି ନୃସିଂହ ପ୍ରସାଦ ମହାନ୍ତିଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ସାହିତ୍ୟ ପତ୍ରିକା ‘ସ୍କୃତି ତର୍ପଣ’କୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ନାରାୟଣ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ଦାମୋଦର ବେହେରା, ପ୍ରଦୀପ୍ତ ଆଚାର୍ଯ୍ୟ, ତ୍ରିଲୋକ୍ୟ ଜେନା, ବାବୁଲାଲ ପଲେଇ, ଝରଣା ବାରିକ, ପିତାମ୍ବର ମହାପାତ୍ର ଅତିଥି ଭାବରେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଚାରଣ କରି ସେ ଜଣେ ଦକ୍ଷ ସମ୍ଭକାର ଥିଲେ ବୋଲି ମତପ୍ରକାଶ କରିଥିଲେ । ଏଥି ସହିତ ସେ ସର୍ବଦା ସମାଜରେ ସଂସ୍କାର ଆଣିବାକୁ ଅନବରତ ଉଦ୍ୟମ ଜାରି ରଖିଥିଲେ ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ସଂଜିତ କୁମାର ଦାସ ଅତିଥି ପରିଚୟ ଦେଇଥିବାବେଳେ ସନ୍ତୋଷ ପତି ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *