ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’

ନୂତନ ବର୍ଷକୁ ସ୍ୱାଗତ ଜଣାଇ ସମାଜସେବା ପାଇଁ ଅଣ୍ଟାଭିଡ଼ିଲା ‘ବାଘମଙ୍ଗଳା ଫାଉଣ୍ଡେସନ୍‌’


କଟକ(ଏନ୍‌.ଏମ୍‌.): ନୂତନ ବର୍ଷକୁ ସ୍ୱଗତ ଜଣାଇ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟରେ ସାମିଲ ହେବା ପାଇଁ ବାଘମଙ୍ଗଳା ଫାଉଣ୍ଡେସନ ଅଣ୍ଟାଭଡ଼ିଛି । ସମ୍ପ୍ରତି କରୋନା କାଳରେ କ୍ଷତିଗ୍ରସ୍ଥ ଅସହାୟଙ୍କ ଦୁଃଖ ଦୁର୍ଦ୍ଦଶାକୁ ପାଖରୁ ଦେଖିଥିବା କିଛି ଯୁବଗୋଷ୍ଠୀଙ୍କ ମନ ଭିତରେ ରହି ଯାଇଛି ଅସୁମାରୀ ସ୍ୱପ୍ନ । ତାକୁ ସାକାର କରିବା ତଥା ଜନସାଧାରଣକୁ ସହାୟତା ଯୋଗାଇ ଦେବା ପାଇଁ ନୂଆ ବର୍ଷରୁ ଏହି ଅନୁଷ୍ଠାନ ସାମାଜିକ ସେବାରେ ନିଜକୁ ବ୍ରତୀ କରିବ ବୋଲି ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ମଙ୍ଗଳାବାଗସ୍ଥିତ ନିଳାଦ୍ରୀ ହୋଟେଲ ଠାରେ ଅନୁଷ୍ଠାନର ସଭାପତି ଅରବିନ୍ଦ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ସୂଚନା ଦିଆଯିବା ସହ ଅନୁଷ୍ଠାନର ମୂଳ ଲକ୍ଷ୍ୟ ହିନ୍ଦୁ ସାଂସ୍କୃତିକ ଓ ଧର୍ମୀୟ ପରମ୍ପରାକୁ ପ୍ରୋସାହିତ କରିବା, ସ୍ୱାସ୍ଥ୍ୟ ଓ ପରିମଳ ସମ୍ବନ୍ଧୀୟ ଶିକ୍ଷାକୁ ଅଗ୍ରାଧିକାର ଦେବା ସହ କ୍ରୀଡା, ସାହିତ୍ୟ, ପରିବେଶ ସୁରକ୍ଷା ତଥା ସାମାଜିକ ତଥା ଧାର୍ମିକ କଲ୍ୟାଣ ସମ୍ବଦ୍ଧୀୟ କାର୍ଯ୍ୟକ୍ରମରେ ସାହାଯ୍ୟ ଯୋଗାଇଦେବା, ଅବହେଳିତ ଓ ଅନୁପଯୁକ୍ତ ଅବସ୍ଥାରେ ଥିବା ଗ୍ରାମଦେବତୀ ତଥା ଅନ୍ୟାନ୍ୟ ଦେବାଦେବୀ ପୀଠର ପୁଃନରୁଦ୍ଧାର କ୍ଷେତ୍ରରେ ସହାୟତାର ହାତ ବଢ଼ାଇବା, ରାଜ୍ୟର ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ ସହଯୋଗ କରିବା, ଏବଂ ସମାଜରେ ଯେ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷକୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ପ୍ରତିଭା ପୂଜା ଦ୍ୱାରା ବାଘମଙ୍ଗଳା ପ୍ରତିଭା ସମ୍ମାନରେ ସମ୍ମାନିତ କରିବା ଆଦି ମୂଳ ଲକ୍ଷ୍ୟ ରହିଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ସମ୍ମିଳନୀରେ ଉପଦେଷ୍ଠା ବିଭୁତି ଭୂଷଣ ମଲ୍ଲିକ, ପ୍ରସିଦ୍ଧ ଭଜନ କଣ୍ଠଶିଳ୍ପୀ ଅଶୋକ ବଳ, ସମ୍ପାଦକ ଆନନ୍ଦ ସାହୁ, କୋଷାଧକ୍ଷ ରୁଦ୍ର ନାରାୟଣ ପଟ୍ଟନାୟକ, କଟକ ଜିଲ୍ଲା କିନ୍ନର ସଂଘର ସଭାପତି କାଜଲ କିନ୍ନର, ମା’ ମଙ୍ଗଳା କିନ୍ନର ସଂଘର ସମ୍ପାଦକ ମୋନାଲିସା, ଚନ୍ଦନ କୁମାର ସାହୁ ଏବଂ ପ୍ରକାଶ ବେହୁରାଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *