ନୂଆପାଟଣା ଗ୍ରାମରେ ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କଲେ ବିଧାୟକ

ନୂଆପାଟଣା ଗ୍ରାମରେ ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କଲେ ବିଧାୟକ


#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମପଞ୍ଚାୟତର ନୂଆପାଟଣା ଗ୍ରାମରେ ରାସ୍ତା ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟର ଶିଳାନ୍ୟାସ ହୋଇଯାଇଛି । ଏହି ଅବସରରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ତେବେ ନୂଆପାଟଣା ଗ୍ରାମର ପବିତ୍ର ସ୍ୱାଇଁଙ୍କ ଘର ଠାରୁ ଦିବାକର ମିଶ୍ରଙ୍କ ଘର ପର୍ଯ୍ୟନ୍ତ ଥିବା ୨.୫ କିଲୋମିଟର ବିଶିଷ୍ଟ ୨ଟି ଢଲାଇ ରାସ୍ତାର ନିର୍ମାଣ ଓ ଏହାର ଉନ୍ନତି କରଣ ସହ ରକ୍ଷଣାବେକ୍ଷଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩କୋଟି ଟଙ୍କାର ଅର୍ଥ ବ୍ୟୟ ମଞ୍ଜୁର ହୋଇଛି । ଉକ୍ତ ରାସ୍ତାଟି ଦୀର୍ଘ ଦିନ ହେବ ଅବ୍ୟବସ୍ଥାରେ ରହିଥିବାରୁ ଆଜି ତାର ଉନ୍ନତିକରଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ତେବେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ପିତାମ୍ବର ନାୟକ, ସମିତିସଭ୍ୟଙ୍କ ପ୍ରତିନିଧି ପ୍ରତାପ ସ୍ୱାଇଁ, ସମାଜସେବୀ ସୁଧାକର ନାୟକ, ଚନ୍ଦ୍ରମଣି ଖୁଣ୍ଟିଆ, ପ୍ରକାଶ ବେହେରା, ବିଷ୍ଣୁଚରଣ ସାହୁ, ଅଭିନ୍ନ ଲାଙ୍ଗୁଡି, ନାରାୟଣ ମଲ୍ଲିକ, ଦୀପକ ନାୟକଙ୍କ ସମେତ ବହୁ କର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *