ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ

ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘର ସାମ୍ବାଦିକ ସମ୍ମିଳନୀ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ଥାନୀୟ ବୁଲନ୍ ଭାଇ ସେବା ସଭାଗୃହରେ ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ରାଜ୍ୟସଭାପତି ବିଷ୍ଣୁଚରଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ ଆଧ୍ୟାତ୍ମିକ ଯୋଗଗୁରୁ ବାବା ପଞ୍ଚ ଦେବ ଓ କଟକ ଜିଲ୍ଲା ସଂକୀର୍ତ୍ତନ ସଂଘର ସମ୍ପାଦକ ସଞ୍ଜୟ ଦାସ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଆଜିର ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ ମଧ୍ୟ ପ୍ରକାଶ କରିଥିଲେ । ନିଖିଳ ଉତ୍କଳ ସଂକୀର୍ତ୍ତନ ମହାସଂଘ ତା’ର ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବା, ରାଜ୍ୟରେ ଥିବା ୨ଲକ୍ଷରୁ ଊର୍ଦ୍ଧ୍ୱ କୀର୍ତ୍ତନ କଳାକାରମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କୁ ଜଣାଇବା ଓ ଦାବି ପୂରଣ ନ ହେଲେ ଆଗାମୀ ବିଧାନସଭା ଅଧିବେଶନ ସମୟରେ ମହାସଂଘ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ୍ ହେବା ବିଷୟରେ ସଭାପତି ଶ୍ରୀ ବିଷ୍ଣୁଚରଣ ମହାନ୍ତି ସୂଚନା ଦେଇଥିଲେ । ଆମେ ସବୁ ସଂକୀର୍ତ୍ତନ କଳାକାରମାନେ ଏକାଠି ଅଛୁ, ସରକାର ଆମକୁ କଳାକାର ଭତ୍ତା ଦେବା ଉଚିତ୍ ବୋଲି କହିଛନ୍ତି ସଭାପତି ଶ୍ରୀ ମହାନ୍ତି । ସରକାର ଆମ ପାଇଁ ବହୁତ କିଛି କରିଛନ୍ତି, ଆମ କଳାକୁ ଲୋକକଳାରେ ସାମିଲ୍ କରିଛନ୍ତି, ଆହୁରି ଆମ୍ଭମାନଙ୍କ ଭିତରୁ କିଛି ଭତ୍ତା ପାଇନାହାନ୍ତି ବୋଲି କହିବା ସହ ସେମାନଙ୍କୁ ଭତ୍ତା ଦିଆଯିବା ସହ ବ୍ଲକ କଳା ସଂସ୍କୃତି ସଂଘ ଓ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ପଦରେ ରଖାଯାଉ ବୋଲି ଦାବି ଜଣାଇଛନ୍ତି ସଂଘର କଟକ ଜିଲ୍ଲା ସମ୍ପାଦକ ସଂଜୟ କୁମାର ଦାସ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂକୀର୍ତ୍ତନ ସମସ୍ତଙ୍କ ପାଇଁ ଆବଶ୍ୟକ ପଡ଼େ । ଏହି କଳା ସର୍ବଶ୍ରେଷ୍ଠ କଳା । ସମୁଦାୟ ୨୬ଟି କଳା ମଧ୍ୟରୁ ସଂକୀର୍ତ୍ତନ କଳାର ଅବଦାନ ଓ ଚାହିଦା ସମାଜରେ ଅଧିକ ଦେଖାଯାଇଥାଏ ବୋଲି କହିଛନ୍ତି ସମ୍ପାଦକ ଶ୍ରୀ ଦାସ । ସେହିଭଳି ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଆମ ସଂକୀର୍ତ୍ତନ ସଂଘ ୨୮ଟି ଜିଲ୍ଲାରେ ଅଛି । ଏହି ସଂଘ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଅଛି, ସରକାର ଆମ ପାଇଁ ମଧ୍ୟ ବହୁତ କିଛି କରିଛନ୍ତି, ଆହୁରି କିଛି କରିବାକୁ ବାକି ଅଛି । ହେଲେ ଆମ ଭିତରୁ କିଛି ଭାଇମାନେ ଅବୁଝା ହୋଇ ସରକାରଙ୍କ ବିରୁଦ୍ଧରେ ନାନା ମନ୍ତବ୍ୟ ଦେଉଥିବାରୁ କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କ ବିରୋଧରେ ଭୁଲ୍ ତଥ୍ୟ ପ୍ରଚାର ନକରିବା ପାଇଁ ସବୁ ସଂକୀର୍ତ୍ତନ କଳାକାର ଭାଇମାନଙ୍କୁ ଅନୁରୋଧ କରିଛନ୍ତି ମହାସଂଘର ଉପଦେଷ୍ଟା ବାବା ପଞ୍ଚଦେବ । ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବ ଏବଂ ଅନ୍ୟାନ୍ୟ ଅଫିସରମାନଙ୍କୁ କଳାକାରମାନଙ୍କ ସବୁ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉପଦେଷ୍ଟା ଶ୍ରୀ ପଞ୍ଚଦେବ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *