ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ

ନବ ବର୍ଷରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଲେ ଅଙ୍ଗନୱାର୍ଡ଼ି କର୍ମଚାରୀ

Advertisement
News by Rajendra Pradhan (Cuttack)

#କଟକ(ଏନ୍‌.ଏମ୍‌.): ପବିତ୍ର ନବବର୍ଷ ଅବସରରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତରଞ୍ଜନ ବିଶ୍ୱାଳଙ୍କୁ ଅଞ୍ଚଳର ବୁଦ୍ଧିଜୀବୀ, ମୁରବୀ, କର୍ପୋରେଟର ତଥା ଅଙ୍ଗନୱାର୍ଡ଼ି କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ସିଏମସି ଅଧିନରେ କାର୍ଯ୍ୟରତ ବହୁ ଅଙ୍ଗନୱାର୍ଡ଼ି କର୍ମଚାରୀ ପୂର୍ବତନ ବିଧାୟକଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଚଳିତ ବର୍ଷ ତାଙ୍କର ପ୍ରତ୍ୟେକଟି ମୂହୃର୍ତ୍ତ ଶୁଭମୟ ହେବା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ । କଟକ ମହାନଗର ନିଗମ ଅନ୍ତର୍ଗତ ସିଟି-୧ ସିଡିପିଓ ନିଳେନ୍ଦ୍ରୀ ସାହୁଙ୍କ ନେତୃତ୍ୱରେ ବିଜୁ ସାମୁଖ୍ୟ ଅଙ୍ଗନୱାଡ଼ି କର୍ମଚାରୀ ମହାସଂଘର ସଭାନେତ୍ରୀ ନମିତା ସ୍ୱାଇଁ, ସମ୍ପାଦିକା ସୁଷମା ପତ୍ରୀ, କର୍ମକର୍ତ୍ତା ମଞ୍ଜୁ ସ୍ୱାଇଁ, ମମତା ପାଲ ପ୍ରମୁଖ ଡକ୍ଟର ବିଶ୍ୱାଳଙ୍କ ମହାନଦୀ ବିହାର ବାସ ଭବନରେ ପହଞ୍ôଚ ପୁଷ୍ପଗୁଚ୍ଛ, ଉତ୍ତରୀୟ ପ୍ରଦାନ ପୂର୍ବକ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *