ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ

ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ

News by Kanhucharan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳର ନିମପୁର କୃଷ୍ନେଶ୍ୱର ମେଲଣ ପଡିଆରେ ସର୍ବପୁରାତନ ଦୋଳ ମେଲଣ ମହା ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ବିମାନରେ ଦୋଳଗୋବିନ୍ଦଙ୍କୁ ରୋଷଣୀ କରି ବିଭିନ୍ନ ନୃତ୍ୟ, ସଂଙ୍ଗୀତ, ଲଉଡି ନାଚ, ଘଣ୍ଟ ବାଦ୍ୟ, ବାଘ ନାଚ, ଢୋଲ ବାଦ୍ୟ, ତାଳମୂଳି ବାଦ୍ୟର ତାଳେ ତାଳେ ସାହି ଓ ବଜାର ପରିକ୍ରମା କରି କୃଷ୍ଣେଶ୍ୱର ମେଲଣ ପଡିଆରେ ଏକତ୍ରିତ କରାଯାଇଥିଲା । ମେଲଣରେ ଶତାଧିକ ଦୋକାନ ବଜାର ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସବ ମୁଖର ହୋଇ ଉଠିଥିଲା । ମେଲଣ ଉତ୍ସବର ଆୟୋଜକ ଶ୍ରୀ ରାଧା ଗୋବିନ୍ଦ ଜିୟୁ, ଭୂବନପୁରଙ୍କ ସହିତ ଶ୍ରୀ ଗୋପାଳ ଜିୟୁ, ଫକିରପୁର, ଶ୍ରୀ ଲକ୍ଷ୍ମୀ ନାରାୟଣ ଜିୟୁ, ତରୋଳ, ଶ୍ରୀ ଲକ୍ଷ୍ମୀ ନାରାୟଣ ଜିୟୁ, ଭୂବନପୁରଙ୍କ ଜିୟୁ ମାନେ ମେଲଣ ପଡିଆକୁ ବିଜେ କରିଥିଲେ । ଏଥି ସହିତ ୪୪ ମଣ୍ଡଳ ରାଜ ଦୋଳ ସମିତି ନିମନ୍ତ୍ରଣକ୍ରମେ ଚୌଦ୍ୱାର, ଆଗ୍ରାହାଟ, ଗୋଡିପାଟଣା, ଚଷାପଡା, ବନିକା, କେଶରପୁର, ଖଇରା, ଭୟରପୁର ଓ ପଦ୍ମପୁର ପ୍ରଭୃତି ଅଞ୍ଚଳର ବିଭିନ୍ନ ଦୋଳ ବିମାନ ଏଠାରେ ଏକତ୍ରିତ ହୋଇଥିଲେ । ଏହି ଅବସରରେ ଆୟୋଜକ କମିଟି ରାଧା ଗୋବିନ୍ଦ ଜିୟୁ ମାର୍ଫତଦାର ହରିହର ପଣ୍ଡାଙ୍କ ଆବାହକତ୍ତ୍ୱରେ ରାଜ ଦୋଳ ସମିତିର ସଭାପତି ଦିପକ ମଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଏହି ଦୋଳ ମେଲଣର ପରିଚାଳନା ବିଷୟରେ ଆଲୋଚନା କରାଯାଇଥିଲା । ଭୁବନପୁର ରାଧା ଗୋବିନ୍ଦ ଜିୟୁ ପୂଜା କମିଟିର ବିରଞ୍ଚି ନାରାୟଣ ପଣ୍ଡା, ନାରାୟଣ ଚନ୍ଦ୍ର ପଣ୍ଡା, କ୍ଷିତିଶ ପଣ୍ଡା, ଶ୍ରୀରାମ ଚନ୍ଦ୍ର ପଣ୍ଡା, ଲକ୍ଷ୍ମୀ ନାରାୟଣ ଜିୟୁ ଭୂବନପୁର ପୂଜା କମିଟିର ଭାବଗ୍ରାହି ପଣ୍ଡା, ତ୍ରୀଥାନନ୍ଦ ପଣ୍ଡା, ବିଶ୍ୱଜିତ ମହାନ୍ତି, ମାନସ ପରିଡା, ଫକିରପୁର- ଗୋପାଳଜିୟୁ ପୂଜା କମିଟି ପ୍ରକାଶ ଚନ୍ଦ୍ର ପଣ୍ଡା, ତ୍ରିଲୋଚନ ପଣ୍ଡା, ହୃଷିକେଶ ମହାନ୍ତି, ତରୋଳ- ଲକ୍ଷ୍ମୀ ନାରାୟଣ ଜିୟୁ ପୂଜା କମିଟିର ଶରତ ଚନ୍ଦ୍ର ବିଶ୍ୱାଳ, ନିରଞ୍ଜନ ବିଶ୍ୱାଳ, ଅଲେଖ ଚନ୍ଦ୍ର ବେହେରା, ସିଏମସି ଡେପୁଟି ମେୟର ଦମୟନ୍ତି ମାଝୀ, ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା, ୪୮ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡା, ୪୯ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ଦୟାନିଧି ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର ଏହି ମେଳଣ ଶାନ୍ତି ଶୃଙ୍ଖଳାର ପରିଚାଳନା ହେବା ଉପରେ ଗୁରୁତ୍ୱ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *