ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା

ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୩ନମ୍ବର ୱାର୍ଡର ଅନ୍ଦରପୁର ସ୍ଥିତ ଦୁଲ୍ଲାଦେବୀ ରୋଡ ଡେଭେଲପମେଣ୍ଟ କମିଟିର ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କମିଟି ସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏହି ସଭାରେ ଶତାଧିକ ଅନ୍ତେବାସୀ ଯୋଗଦାନ କରିଥିଲେ । ସମ୍ପାଦକ ପ୍ରାଣକୃଷ୍ଣ ଜେନା ବିବରଣୀ ପାଠ କରିଥିଲେ । କୋଷାଧକ୍ଷ ରମେଶ ଚନ୍ଦ୍ର ଦାସ ଆୟ ବ୍ୟୟ ଉପସ୍ଥାପନା କରିଥିଲେ । ସ୍ଥାନୀୟ କର୍ପୋରେଟର ଅରବିନ୍ଦ ଜେନା ଅତିଥିଭାବେ ଯୋଗଦାନ କରି ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ଅସୁବିଧାର ତୁରନ୍ତ ସମାଧାନ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଉପସଭାପତି ନବକିଶୋର ସାମଲ, ସହ ସମ୍ପାଦକ ଧିର ପ୍ରସାଦ ମହାନ୍ତି, ସ୍ନେହଲତା ନାୟକ, କିରଣବାଳା ଦାସ, ରବୀନ୍ଦ୍ର ଦାସ, ରଜନୀକାନ୍ତ ପରିଜା, ସନ୍ତୋଷ ସାହୁ, ପଙ୍କଜ ନାୟକ, ବିନୋଦ ବେହେରା, ଗଗନ ଦାସ, ନୃସିଂହ ମହାନ୍ତି, ହରି ଚରଣ ସିହ୍ନା, ଜର୍ମାନ ରାୟ, ପ୍ରେମାନନ୍ଦ ବେହେରା, ପ୍ରଦୀପ୍ତ ସ୍ୱାଇଁ, ଶୁଭେନ୍ଦୁ ପୃଷ୍ଟି ପ୍ରମୁଖ ସ୍ଥାନୀୟ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ବ୍ରହ୍ମା ସ୍ଥନୀୟ ମୁରବୀ ଓ ଯୁବକମାନଙ୍କୁ ଆବଶ୍ୟକ ସ୍ଥଳେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରଦୋଷ ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *