ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ

ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବିରୋଧ କରି ବିଜେପି ପକ୍ଷରୁ ବ୍ଲକ ଘେରାଉ

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚାଲିଥିବା ଭଳି ସଂଗୀନ ଅଭିଯୋଗ ଆଣିଛି ବିଜେପି । ବିଜେଡ଼ି ସରକାର ଅନେକ ଦୁର୍ନୀତିରେ ବୁଡି ରହିଥିବା ଅଭିଯୋଗ କରି ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଡାକରାରେ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭା ଯାତ୍ରା ସ୍ଥାନୀୟ ଟାଉନ୍ ହଲ୍‌ରୁ ବଜାର ପରିକ୍ରମା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖଷର ବିକ୍ଷୋଭ ପ୍ରଦର୍ଶନ ସହ ଘେରାଉ କରିଥିଲେ । ବିଧାନସଭା ମଣ୍ଡଳୀ ନେତା ମାଧବାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ନେତା ଗୋଲକ ମହାପାତ୍ର, ଜିଲ୍ଲା ବିଜେପି ନେତା ଅଭିମନ୍ୟୁ ସେଠୀ, ତପସ୍ୱିନୀ ମହାପାତ୍ର, ପୂର୍ବତନ ବିଧାୟକ ପ୍ରାର୍ଥୀ ଦିନବନ୍ଧୁ ପତି, ଅଶୋକ ସାହୁ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ବିଜେପି ନେତା ସବ୍ୟସାଚୀ ମହାଲା, ଯୁବ ବିଜେପି ନେତା ମନୋଜ ନାୟକ, ଜୟ ପ୍ରକାଶ ମଲ୍ଲିକ ଡ. ପ୍ରତାପ କୁମାର ନାୟକ, କିଶୋର ମହାପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ମାନସ ସାହୁ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିରୋଧରେ ଭାଷଣ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନକୁ ବିଜେପି ନେତା କୈଳାସ ଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ ବିଜେପି କାର୍ଯ୍ୟ କର୍ତ୍ତା ରାଜେନ୍ଦ୍ର ବାରିକ୍‌, ମହେଶ୍ୱର ଧଳ, ସରପଞ୍ଚ ଅରୁଣ ମହାନ୍ତି, ମୁକ୍ତିକାନ୍ତ ନାୟକ, ପ୍ରଦୀପ ବଳ, ପଞ୍ଚାନନ ସେନାପତି କାଉନସିଲର ଗୌରୀ ବେହେରା, ଜଗବନ୍ଧୁ ଦାସ ପ୍ରମୁଖଙ୍କ ସହ ଦୁଇ ହଜାର ରୁ ଉର୍ଦ୍ଧ୍ୱ ବିକ୍ଷୋଭକାରୀ ଉପସ୍ଥିତଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *