ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

ତରିକୁନ୍ଦ ଉତ୍ତରେଶ୍ୱର ମହାଦେବ ମନ୍ଦିରରେ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ସଭା

News by Basanta Rath (Jagatsingh Pur)

ଜଗତସିଂହପୁର(ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ଉତ୍ତରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସ୍ଥାନୀୟ ପ୍ରତିଭାଧାରୀ ଓ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ଯୋଗଦେଇଥିବାବେଳେ ଅନୁଷ୍ଠାନର ସମ୍ପାଦକ ନାରାୟଣ ମହାନ୍ତି ଏବଂ ଅଭୟ କୁମାର ଦାସ ଏଥିରେ ସଭାପତିତ୍ୱ କରିଥିଲେ । ସ୍ଥାନୀୟ ସରପଞ୍ଚ ବନମାଳୀ ସାହୁ, ପୂର୍ବତନ ସରପଞ୍ଚ କଲିମ ଉଦିନ ଖାଁ, ଇଲିଆଜ ଖାଁ, ରଘୁନାଥ ପତି, ରାଧା ମୋହନ ପତି, ପ୍ରଭାକର ବାରିକ, ସୀତାରାଣୀ ବେହେରା (ଏମ.ବି.କେ) କୁମୁଦିନୀ ବେହେରା (କରନା ଯୋଦ୍ଧା ଆଶା କର୍ମୀ) ପୂର୍ଣ୍ଣିମା ବେହେରା (ସି.ଆର.ପି)ପ୍ରଫୁଲ୍ଲ କୁମାର ମିଶ୍ର, ଦେବ ପ୍ରସାଦ ମିଶ୍ର, ସୁକାନ୍ତ କୁମାର ପତି (ମନ୍ଦିର ପୂଜକ) ଜୟ କୃଷ୍ଣ ତ୍ରିପାଠୀ ପବିତ୍ର ମୋହନ ପଣ୍ଡା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରାଯାଇଥିବାବେଳେ, ସୁରେନ୍ଦ୍ର ନାଥ ପତି ଏହି ସଭା କୁ ଆୟୋଜନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ବୟାଳିଶ ମୌଜା ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ସ୍ୱର୍ଗତଃ ଦୟାନିଧି ମହାନ୍ତିଙ୍କ ପରିବାର ପକ୍ଷରୁ ୧୯୯୦-୯୧ରେ ଏହି ଅନୁଷ୍ଠାନ ପ୍ରତିଷ୍ଠା କରଯାଇଥିଲା । ପରିବାର ସଦସ୍ୟ ସେମାନଙ୍କ ବର୍ଷକର ଦରମାରୁ ଏକ ମାସର ଦରମା ଓ ପରିବାର ସଦସ୍ୟ ପାଉଥିବା ପ୍ରତ୍ୟକ ମାସ ପେନସନରୁ ଅଧା ପେନସନ ବିଭିନ୍ନ ସାମାଜିକ ସେବା କାର୍ଯ୍ୟ ଏହି ଅନୁଷ୍ଠାନ ମାଧ୍ୟମରେ ଖର୍ଚ୍ଚ କରିଥାନ୍ତି ବୋଲି ଭାଷଣ ମାଧ୍ୟମରେ ମୁଖ୍ୟଅଥିତି ବରିଷ୍ଠ ସାମ୍ବାଦିକ ବସନ୍ତ ରଥ ପ୍ରକାଶ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *