ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ

ଡ୍ରେନେଜ୍ ବିଭାଗର ମୁଖ୍ୟ ଯନ୍ତ୍ରୀ ହେଲେ ବାଲେଶ୍ୱରନାଥ ସାହୁ


କଟକ(ଏନ୍‌.ଏମ୍‌.): ରାଜ୍ୟ ଜଳ ସଂପଦ ବିଭାଗର ନିର୍ଦ୍ଦେଶ କ୍ରମେ ଇଂ ବାଲେଶ୍ୱରନାଥ ସାହୁ ଆଜି କଟକ ମହାନଦୀବିହାରସ୍ଥିତ ଡ୍ରେନେଜ୍ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଜିଲ୍ଲାରେ ମହାନଦୀ ସାଉଥର ନିର୍ବାହୀ ଯନ୍ତ୍ରୀ ଓ ପରେ ପରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଇଂ. ସାହୁ ନଦୀବନ୍ଧର ସୁରକ୍ଷା, କେନାଲ ରାସ୍ତା ମରାମତି, ସବ୍ ଓ ମାଇନର୍ କେନାଲର ଉନ୍ନତିକରଣ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଥିବା ବେଳେ ପଦୋନ୍ନତି ପାଇ ଭୁବନେଶ୍ୱରସ୍ଥିତ ଜଳ ସଂପଦ ବିଭାଗର ଡିଜାଇନ୍ ମୁଖ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସରକାରଙ୍କ ନିଷ୍ପତି କ୍ରମେ ଆଜି ସେ ଡ୍ରେନେଜ୍ ଡିଭିଜନର ମୁଖ୍ୟ ଯନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ପରେ ଏହି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ ସ୍ୱାଇଁ, ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ସାହାଙ୍କ ସହିତ ଆଲୋଚନା କରି ଡ୍ରେନେଜ ଡିଭିଜନର ଉନ୍ନତିକରଣ ପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟତଃ କଟକ ସହରର ପେଟାନାଳ ସହିତ ମୃତ ସୁକପାଇକା ନଦୀ ଓ ମାଲିଆ ଡ୍ରେନେଜ୍‌ର ପୁନରୁଦ୍ଧାର ପାଇଁ ସେ ପରାମର୍ଶ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *