ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ

ଡ୍ରାଇଭର ମହାସଂଘ ବୈଠକ: ସରକାର ପ୍ରତାରଣା କରିଥିବା ଅଭିଯୋଗ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟ ବ୍ୟାପୀ ଡ୍ରାଇଭରମାନେ ନିଜର ସମସ୍ୟା ନେଇ ରାଜ୍ୟସରକାରଙ୍କୁ ବାରମ୍ବାର ନେହୁରା ହେଲେ ମଧ୍ୟ ସରକାର ସେମାନଙ୍କ ସମସ୍ୟାର ସମାଧାନ ନେଇ କୌଣସି ପଦକ୍ଷେପ ନେଉନଥିବା ଡ୍ରାଇଭର ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଡ୍ରାଇଭରମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସଂଘ କର୍ମକର୍ତ୍ତାମାନେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ତିଗିରିଆ ବ୍ଲକ ନିଜିଗଡ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ବୈଠକ ସ୍ଥାନୀୟ କଲ୍ୟାଣ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଡ୍ରାଇଭର ମହାସଂଘ ପକ୍ଷରୁ ବାରମ୍ବାର ଦାବି ପ୍ରତିବାଦ କରିବା ପରେ ସରକାର ଡ୍ରାଇଭର ମହାସଂଘ ନିକଟରେ ମୁଣ୍ଡ ନୁଆଁଇବା ସହିତ ସେମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହା କେବଳ ଲଲିପପ୍ ଥିଲା ବୋଲି ଡ୍ରାଇଭରମାନେ ଅଭିଯୋଗ ଉଠାଇଛନ୍ତି । ତେବେ ଏହାରି ମଧ୍ୟରେ ଏକମାସ ବିତି ଯାଇଛି ହେଲେ ସରକାର ଡ୍ରାଇଭରମାନଙ୍କୁ ଘୋଷଣା କରିଥିବା ଆର୍ôଥକ ରାଶି କୋଉଠୁ ପାଇବେ କେମିତି ପାଇବେ ତାହାକୁ ନେଇ ସନ୍ଧିହାନ ଅବସ୍ଥାରେ ରହିଛନ୍ତି । ତେଣୁ ସରକାର ସେମାନଙ୍କୁ ପ୍ରତାରିତ କରିଛନ୍ତି ବୋଲି ଅଭିଯୋଗ କରିବା ସହ ଦେଇଥିବା କଥା ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଡ଼୍ରାଇଭର ମହାସଂଘ ପକ୍ଷରୁ ତିଗିରିଆ ଡ୍ରାଇଭର ମହାସଂଘ ସଭାପତି ମନୋଜ କୁମାର ଭୂଜବଳ ଚେତାବନୀ ଦେଇଛନ୍ତି । ଏପରିକି ଆଗାମୀ ନିର୍ବାଚନରେ ରାଜ୍ୟର ସମସ୍ତ ଡ୍ରାଇଭରମାନେ ଏହାର ଉଚିତ ଜବାବ ଦେବେ ବୋଲି ମହାସଂଘର ସଦସ୍ୟମାନେ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *