ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର

ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ : ଚାକିରୀ ସହ ନଗଦ ଆର୍ଥିକ ପୁରସ୍କାର


ଭୁବନେଶ୍ୱର (ଏନ୍‍.ଏମ୍‍.): ଆଜି ଟୋକିଓ ଅଲିମ୍ପିକ୍ସ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ମହିଳା ଓ ପୁରୁଷ ୪ ହକି ତାରକାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ଅଲିମ୍ପିକ୍ସରେ ସଫଳତା ପରେ ୪ ଖେଳାଳି ଅମିତ ରୋହିଦାସ, ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍‍କା, ନମିତା ଟପୋଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହକିତାରକା ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ୨.୫ କୋଟି ପୁରସ୍କାର ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟ ପୁଲିସ ବିଭାଗରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ (ଉପ ଅଧିକ୍ଷକ)ଭାବରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିବାରେ ଖେଳାଳୀଙ୍କ ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଟୋକିଓ ଅଲିମ୍ପିକ୍ସିରେ ଭାରତୀୟ ମହିଳା ହକି ଦଳର ଦୀପ ଗ୍ରେସ୍ ଏକ୍‍କା ଏବଂ ନମିତା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀ ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି । ସେମି ଫାଇନାଲରେ ପ୍ରବେଶ କରିବା ଏବଂ ଭାରତୀୟ ହକିରେ ଇତିହାସ ସୃଷ୍ଟି କରିବାରେ ମହିଳା ଦଳର ଉତ୍ସାହଜନକ ସଂଗ୍ରାମକୁ ସେ ପ୍ରଂଶସା କରିଛନ୍ତି । ସେମାନଙ୍କ ପ୍ରଦର୍ଶନକୁ ପ୍ରଂଶସା କରିବା ସହ ସେମାନଙ୍କର କଠିନ ପରିଶ୍ରମ ଜାରି ରଖିବାକୁ ଏବଂ ଦେଶକୁ ଅଧିକ ପୁରସ୍କାର ଆଣିବାକୁ ପରାର୍ମଶ ମଧ୍ୟ ଦେଇଛନ୍ତି । ଭବିଷ୍ୟତରେ ସେମାନଙ୍କୁ ପୂର୍ଣ୍ଣ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । କଳିଙ୍ଗ ଷ୍ଟାଡିୟମ ବିଶ୍ୱରେ ହକିର କେନ୍ଦ୍ରସ୍ଥଳ ପାଲଟିଛି । ପୁରୁଷ ହକି ବିଶ୍ୱ କପର ପରବର୍ତ୍ତୀ ସଂସ୍କରଣରେ ଭୁବନେଶ୍ୱର ଷ୍ଟାଡିୟମରେ ଖେଳାଯିବ । ଭାରତୀୟ ହକିକୁ ସମର୍ଥନ କରିଥିବାରୁ ଖେଳାଳୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି, ଯାହା ସେମାନଙ୍କୁ ଟୋକିଓ ଅଲିମ୍ପିକ୍ସରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥିଲା । ଯାହା ଦ୍ୱାରା ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ଫଳ ମିଳିପାରିଛି । ସେହିଭଳି ଖେଳାଳୀମାନେ ରାଜ୍ୟରେ ପହଞ୍ଚିବା ପରେ ନଗଦ ପୁରସ୍କାର ଏବଂ ଚାକିରୀ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ଖେଳାଳୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି । ପୁରୁଷ ଦଳର ଉପ-କ୍ୟାପଟେନ ବୀରେନ୍ଦ୍ର ଲାକ୍ରା ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ସହିତ ଟିମ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିଲେ । ମହିଳା ଦଳର ଉପ-କ୍ୟାପଟେନ ଦୀପ ଗ୍ରେସ୍ ଏକ୍କା ଦଳର ସମସ୍ତ ସଦସ୍ୟଙ୍କ ଦସ୍ତଖତ ସହିତ ଟିମ ଜର୍ସି ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥାପନ କରିଥିଲେ । ଏହି ଉତ୍ସବରେ ହାଇ-ପ୍ରଦର୍ଶନ କେନ୍ଦ୍ର ଏବଂ ସ୍ପୋର୍ଟସ ହଷ୍ଟେଲ ହକି ଖେଳାଳୀମାନଙ୍କ ସମେତ କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତ ବେହେରା ଏବଂ ଅଧ୍ୟକ୍ଷ, ଓଡିଶା ହକି ପ୍ରୋହତ୍ସାହନ ପରିଷଦ ଦିଲୀପ ତିର୍କି, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ କ୍ରୀଡା ସଚିବ ଆର ଭେନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *