ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ

ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ

କଟକ(ଏନ୍‍.ଏମ୍‍.): ଆଜି କଟକ ଜଗତପୁର ଗ୍ରାମରେ ନୂତନ ଟେନିସ ଭଲିବଲ ପଡିଆର ଶୁଭ ଉଦ୍ଘାଟନ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଟେନିସ ଭଲିବଲ ସଙ୍ଘ ସହକାରୀ ସମ୍ପାଦକ ତଥା ରେଫରୀ ବୋର୍ଡ ସମ୍ପାଦକ ସ୍ମୃତି ରଞ୍ଜନ ମହାପାତ୍ର,ସମ୍ପାଦକ ଶଶୀକାନ୍ତ ନାୟକ ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି ପଡିଆକୁ ଉଦ୍ଘାଟନ କରିଥିଲେ ଏବଂ ସମ୍ମାନୀତ ଅତିଥି ଉପ ସଭାପତି ଅଜୟ କୁମାର ସାହୁ, ଲିଙ୍ଗରାଜ ପୃଷ୍ଟି, ଚିତ୍ତ ରଞ୍ଜନ ପାଇକ, ନିର୍ମଳ ଚନ୍ଦ୍ର ପଣ୍ଡା, ମହେନ୍ଦ୍ର ଚନ୍ଦ୍ର ଚୌଧୁରୀ, ଏସ ଡି ରେହମାନ,ରବୀନ୍ଦ୍ର ଚନ୍ଦ୍ର ପଣ୍ଡା, ଅଭିଭାବକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ। ଏହି ଅବସରରେ ଜଗତପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଶ୍ରୀମନ ଅଭିଜିତ ସ୍ବାଇଁ ପ୍ରାଥମିକ ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବାରୁ ଅତିଥିମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ସଭା ଶେଷରେ ରଞ୍ଜନ କୁମାର ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କ୍ରୀଡାବିତମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *