ଟାଙ୍ଗୀ ନାବଳିକା ବଳାତ୍କାର ଘଟଣା: ମୟୂରଭଞ୍ଜରୁ ଅଭିଯୁକ୍ତ ଗିରଫ


ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ବହୁଚର୍ଚ୍ଚିତ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉଚ୍ଚପଦା ପଞ୍ଚାୟତର ଜନୈକା ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାର ଅଭିଯୁକ୍ତକୁ ଟାଙ୍ଗୀ ଥାନା ପୁଲିସ ସୁଦୂର ଗଞ୍ଜାମ ଜିଲ୍ଲାରୁ ଗିରଫ କରିବାରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ନାବାଳିକା ଘରେ ଏକୁଟିଆ ଥିବା ସମୟରେ ତାଙ୍କ ବାପାଙ୍କର ଜଣେ ବନ୍ଧୁ ପାଣି ପିଇବା ବାହାନାରେ ଘରେ ପଶି ବଳାତ୍କାର କରି ଫେରାର ହୋଇଯାଇଥିଲା । ତେବେ ବାପା ମା’ ଘରକୁ ଫେରି ଝିଅର ଏଭଳି ଅବସ୍ଥା ଦେଖିବା ହତବାକ ହୋଇ ଯାଇଥିଲେ । ତେବେ ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ନାବାଳିକାର ଡାକ୍ତରୀମାଇନା କରାଯାଇଥିଲା । ତେବେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଖୋଜୁଥିବା ଜାଣିବା ପରେ ଅଭିଯୁକ୍ତ ଜଣକ ଫେରାର ହେବା ପାଇଁ ଉଦ୍ୟମ କରିଥିଲା । ଏପରିକି ଘର ଛାଡ଼ି ଫେରାର ହୋଇଯାଇଥିଲା । ପୁଲିସ୍ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଯାଇଥିଲା । ଅଭିଯୁକ୍ତ ନିଜର ମୋବାଇଲ ସୁଇଚ୍ ଅଫ୍ ରଖିବା ସହ ପୁଲିସ୍ ଆଖିରୁ ଖସିଯିବାକୁ ଉଦ୍ୟମ ଜାରି ରଖିଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ପ୍ରାୟ ୧୫୦ କିଲୋମଟର ଦୂର ମୟୂରଭଞ୍ଜର ଉଦଳା ଅଞ୍ଚଳରୁ ଅଭିଯୁକ୍ତ ବସନ୍ତ ସ୍ୱାଇଁକୁ କାବୁ କରିଥିଲା । ଅଭିଯୁକ୍ତ ଏକ ଟ୍ରକ୍ ଯୋଗେ ରାଜ୍ୟ ବାହାରକୁ ପଳାଇବା ପାଇଁ ଯୋଜନା କରୁଥିବା ବେଳେ ପୁଲିସ୍ ଟ୍ରାପ୍‌ରେ ଫସିଯାଇଥିଲା । ପୁଲିସ ସେଠାରୁ ଆଣି ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇ ଦଫା ୩୭୬ଏବି ଆଇପିସି ୬ ପୋସ୍କୋ ଆକ୍ଟ ଓ ଏସ୍‌ସିଏସ୍‌ଟିରେ ତାକୁ କୋର୍ଟଚାଲାଣ କରିଛି । ଅପରପକ୍ଷରେ ରାଜ୍ୟରେ ନାବାଳିକା, ଯୁବତୀ, ମହିଳା ଆଦି ସୁରକ୍ଷିତ ନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯିବା ସହ ଏଥି ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରାଯାଇଛି । ଏ ନେଇ କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କଟକ ଜିଲ୍ଲା ମହିଳା ସଭାନେତ୍ରୀ ଶୋଭା ସିଂହ, ବ୍ଲକ୍ ସଭାପତି ଆଶୁତୋଷ ବରାଳ, ସାଧାରଣ ସଂପାଦକ ଶିଶିର ରଥ, ସଂପାଦକ ସଚ୍ଚିଦାନନ୍ଦ ରାଉତ, ଆକ୍ୟୁବ୍ ଖାନ୍ ପ୍ରମୁଖ ପୀଡ଼ିତାଙ୍କ ଘରେ ପହଞ୍ôଚ ପରିବାରକୁ ସାନ୍ତ୍ୱନା ଦେବା ସହିତ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ୍ ପ୍ରଶାସନକୁ ନିବେଦନ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *