ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଟକ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ପ୍ରତିଷ୍ଠାନର ପଞ୍ଚମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ସ୍ଥାନୀୟ ବାଲିଯାତ୍ରାପଡିଆରେ ବେଶ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସେବା ଡଟ୍ କମ୍‌ର ଆପ୍ ଏବଂ ଜାଗୃତି ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ସିଏମସି ମେୟର ସୁବାଷ ସିଂହ, ଡିସିପି ପିନାକ ମିଶ୍ର, ବିଧାୟକ ସୌଭିକ ବିଶ୍ୱାଳ, ଅଭିନେତା ଅନୁଭବ ମହାନ୍ତି, କୁନା ତ୍ରିପାଠୀ, ଅରିନ୍ଦମ ରଏ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଡାକ୍ତର ପ୍ରଭୁଚରଣ ମହାନ୍ତି, ଡାକ୍ତର ସତ୍ୟବ୍ରତ ମହାପାତ୍ର, ଏସିପି ଜୋନ-୨ ଅମିତାଭ ମହାପାତ୍ର, କ୍ୟାଣ୍ଟନମେଣ୍ଟ ଥାନା ଓ ମଙ୍ଗଳାବାଗ ଥାନା ଅଧିକାରୀ ଯୋଗ ଦେଇଥିଲେ । ଶଶାଙ୍କ ଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *