ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା

ଜୁନ ୧୭ରୁ ୨୦ ପର୍ଯ୍ୟନ୍ତ ଚାଲିବ ୩୦ତମ ଜୁନିୟର ଅସୀଚାଳନା ପ୍ରତିଯୋଗିତା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଆସନ୍ତା ଜୁନ ୧୭ ତାରିଖ ରୁ ୨୦ ତାରିଖ ପର୍ଯନ୍ତ ହେବାକୁଯାଉଥିବା ୩୦ ତମ ଜୁନିୟର ଜାତୀୟ ଅସୀଚାଳନା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଟକ ୟୁନିଅନ କ୍ଲବରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଅସୀଚାଳନା ସଂଘ ସଭାପତି ଅନଙ୍ଗ ଉଦୟ ସିଂଦେଓଙ୍କ ସଭାପତିତ୍ୱ କରିଥିଲେ । ତେବେ ଏନେଇ ଶ୍ରୀ ସିଂ ଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ପ୍ରଶଂସା କରିବା ସହ ଓଡିଶା ସରକାର ରାଜ୍ୟକୁ କ୍ରୀଡାବିତମାନଙ୍କ ପାଇଁ କ୍ରୀଡାର ‘ମନ୍ଦିର’ ଭାବରେ ରୂପାନ୍ତରିତ କରିଛନ୍ତି ଏବଂ ଇଣ୍ଡିଆରେ ଓଡିଶାକୁ କ୍ରୀଡାର ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ବୋଲି କହିଥିଲେ । ଓଡିଶାରେ ତୃତୀୟ ଥର ଜୁନିଅର ଜାତୀୟ ଅସୀଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ସମଗ୍ର ଦେଶ ୨୭ଟି ରାଜ୍ୟରୁ ପ୍ରାୟ ୮୦୦ ଜଣରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ଏନେଇ ଆଜି ରାଜ୍ୟରୁ ୧୭ଟି ଜିଲ୍ଲା ଅସୀଚାଳନା ସଂଘରୁ କର୍ମକର୍ତ୍ତା ଯୋଗଦେଇ ଥିଲେ । ବୈଠକରେ ବିଭିନ୍ନ କମିଟି ଗଠନ କରିବା ସହ ଅନ୍ୟ ରାଜ୍ୟରୁ ଆସୁଥିବା ଖେଳାଳୀମାନଙ୍କୁ କେମିତ ଭଲ ବ୍ୟବସ୍ଥା କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏନେଇ ଆସନ୍ତା ଜୁନ ୧ତାରିଖରୁ ଜୁନ ୧୨ ତାରିଖ ପର୍ଯନ୍ତ ବଲାଙ୍ଗୀର ଠାରେ ଜୁନିଅର ଷ୍ଟେଟ କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଅସୀଚାଳନା ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଏହି ବୈଠକରେ ୟୁନିଅନ କ୍ଲବର ସମ୍ପାଦକ ଜ୍ଞାନେନ୍ଦ୍ର ସିଂହ, ସହ ସମ୍ପାଦକ ସୁମିତ ରଂଜନ ପୁରୋହିତ ଯୋଗ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *