ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନୂଆଁଖାଇ ଭେଟଘାଟ


#ବଲାଙ୍ଗୀର(ଏନ୍‌.ଏମ୍‌.): ବଲାଙ୍ଗୀର ଜିଲ୍ଲା ବେଳପଡା ବ୍ଲକ ଅନ୍ତର୍ଗତ କପାଣି ବସ ଷ୍ଟେସନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବେଲପଡା ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠାନ ହୋଇଯାଇଛି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରୁ ଦେବାଦେବୀ ପୂଜାର୍ଚ୍ଚନା ପରେ ସଶସ୍ତ୍ର ଆଦିବାସୀମାନେ ଡକା ବାଦ୍ୟ ତାଳେ ତାଳେ ନାଚି ନାଚି ହଜାର ସଂଖ୍ୟାରେ ଆଦିବାସୀମାନେ ଗାଁ ପରିକ୍ରମା କରି ସଭାସ୍ଥଳକୁ ପହଞ୍ଚିଥିଲେ । ସଭାରେ ଡମ୍ବରୁ ଧରୁଆଙ୍କ ସଭା ସଞ୍ଚାଳନରେ ବେଳପଡା ବ୍ଲକ ସଭାପତି ବସନ୍ତ ମାଝୀଙ୍କ ସଭାପତିତ୍ୱରେ ଉପସ୍ଥିତ ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚରେ ମଞ୍ଚାସିନ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସଭାରେ ନୂଆଁଖାଇ ପାଳନ ସହ ଆଦିବାସୀମାନଙ୍କର ନୂଆଁଖାଇ ସହ ଥିବା ଗୂଢ ରହସ୍ୟ ତଥା କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଭାସ୍କର୍ଯ୍ୟ, ଲୁକ୍କାୟିତ ପ୍ରତିଭାକୁ ପୁନର୍ଜିବିତ କରି ଯୁଗ ଯୁଗ ବଞ୍ଚେଇବା ପାଇଁ ଆଲୋଚନା ହୋଇଥିଲା । ଆଦିବାସୀମାନେ ପରମ୍ପରା ନାଁ ରେ ମଦ ନିଶାରେ ନିଜକୁ ନବୁଡ଼େଇ ମୁଖ୍ୟ ସ୍ରୋତରେ ସାମିଲ ହୋଇ ଶିକ୍ଷା, ଚାକିରୀ, ରାଜନୀତି, ବ୍ୟବସାୟ ଓ ଅନେକ ସଫଳ ମାର୍ଗରେ ନିଜକୁ ନିୟୋଜିତ କରି ସଫଳତା ହାସଲ କରିଥିବା ଜନସାଧାରଣଙ୍କ ସହ ତାଳ ଦେବାକୁ ବକ୍ତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ମୁଖ୍ୟବକ୍ତା ଭାବରେ ଆୟୋଜକ ପୁରୁଷୋତ୍ତମ ଧରୁଆ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଅନ୍ୟତମ ଅତିଥି ଭାବରେ ସତ୍ୟନାରାୟଣ ଭୋଇ, ବନଳତା ମାଝୀ, ମାହେଶ୍ୱରୀ ମାଝୀ, ଖେଳନ୍ତି ସମରଥ, ଅଷ୍ଟରତ୍ନ ବରିହା, ଅଚ୍ୟୁତ ଧରୁଆ, ହେମେନ୍ଦ୍ର ହାଁସଦା, ପଦ୍ମନ ପଧାନୀ, ନିତ୍ୟା ମାଝୀ, ପ୍ରଫୁଲ୍ଲ ତୁମୁନିଆ, ଟଙ୍କଧର ଧରୁଆ, ଦଶରଥ ଛତ୍ରୀଆ, ବିପ୍ର ବିଶି, ନାରାୟଣ କିଷାନ, ଗିରିରାଜ ଭୋଇ, ସାରଥୀ ବାଗ, ରାଜକିଶୋର ଛତ୍ରୀଆ, ଡମ୍ବରୁ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *