ଜାଗର ପାଇଁ ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ

ଜାଗର ପାଇଁ ଗଜାନନ ସେବା ସମିତି ପକ୍ଷରୁ ପାନୀୟ ଜଳ ବିତରଣ


#ଜଗତପୁର(ଏନ୍‌.ଏମ୍‌.): ସ୍ଥାନୀୟ ନିମପୁରସ୍ଥିତ ବାବା କୃଷ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହାଶିବ ରାତ୍ରୀ ବା ଜାଗର ଯାତ୍ରା ବଡ଼ ଯାକଜମକରେ ପାଳିତ ହୋଇଯାଇଛି । ଏହି ଅବସରରେ ସହଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାବେଳେ ଗଜାନନ ସେବା ସମିତି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ପାଣି ବୋତଲ ବିତରଣ କରାଯାଇଛି । ସମିତି ପକ୍ଷରୁ ପ୍ରତି ବର୍ଷ ଏହି ଜାଗର ଯାତ୍ରାରେ ଭକ୍ତ ମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯିବା ସହ ପ୍ରତି ବର୍ଷ ରକ୍ତଦାନ ଶିବିର, ଚକ୍ଷୁ ପରୀକ୍ଷା ଶିବିର ଓ ମାଗଣା ଚଷମା ବଣ୍ଟନ, ଜଳଛତ୍ର, ଶୀତବସ୍ତ୍ର ବଣ୍ଟନ କରାଯାଇଥାଏ । ଅନୁଷ୍ଠାନ ପକ୍ଷରୁ ଆଜିର ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଥିଲେ । ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝୀ, ୪୮ ନମ୍ବର ୱାର୍ଡ଼ କର୍ପୋରେଟର ନଳିନୀ ବେହେରା, ସୌମ୍ୟରଞ୍ଜନ ପଣ୍ଡା, ଦେବେନ୍ଦ୍ର ଦଳାଇ, ପ୍ରଶାନ୍ତ ପାଇକ, ପ୍ରମୋଦ ସ୍ୱାଇଁ, ନାଗେଶ୍ୱର ବେହେରା, ସମିତି ସଭାପତି ହରିହର ପଣ୍ଡା, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, ବିପ୍ଲବ ମଲ୍ଲିକ, ସମିର ସେଠୀ, ଦେବେନ୍ଦ୍ର ନାଥ ସାହୁ, ଶ୍ରୀକାନ୍ତ କୁମାର ମହାନ୍ତି, ହିମାଶୁଂ ଶେଖର ବେଉରିଆ ଓ ବିଶ୍ୱନାଥ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *