ଜନ୍ମପୀଠରେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଜନ୍ମପୀଠରେ ନେତାଜୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥଳରେ ବର୍ଣ୍ଣାଢ୍ୟ ପରିବେଶରେ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟସରକାର, ଜିଲ୍ଲାପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆବଜାରସ୍ଥିତ ଜାନକୀନାଥ ଭବନରେ ପହଞ୍ôଚ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମୁଖ୍ୟମନ୍ତ୍ରୀ ନେତାଜୀଙ୍କ ଜନ୍ମସଂଗ୍ରହାଳୟର ସମସ୍ତ ପ୍ରକୋଷ୍ଠ ପରିଦର୍ଶନ କରି ନେତାଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାର କିଛି ସମୟ ପରେ ପହଞ୍ôଚଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେ ମଧ୍ୟ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାସ୍ତବରେ ସୁବାଷ ଚନ୍ଦ୍ର ବୋଷ ଜଣେ ନେତା ଥିଲେ ବୋଲି ମତପ୍ରକାଶ କରିଥିଲେ । ତାଙ୍କ ନେତୃତ୍ୱରେ ଆଜାଦହିନ୍ଦ ଫୌଜ ସ୍ୱାଧୀନତା ସଂଗ୍ରାମ ପାଇଁ ଯେଉଁ ମୁକ୍ତିଯୁଦ୍ଧ କରିଥିଲେ ତାହା ଇତିହାସରେ ଲିପିବଦ୍ଧ ହୋଇଥିବା ସେ ମତ ଦେଇଥିଲେ । ଲଳିତକଳା ଏକାଡେମୀ ପକ୍ଷରୁ ନେତାଜୀଙ୍କ ସମ୍ପର୍କରେ ବିଭିନ୍ନ କାହାଣୀକୁ ନେଇ ବିଭିନ୍ନ ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ପଟ୍ଟଚିତ୍ରକୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ବୁଲି ଦେଖିବା ସହ ଶିଳ୍ପୀମାନଙ୍କୁ ଖୁବ ପ୍ରଶଂସା କରିଥିଲେ । ନେତାଜୀଙ୍କ ଜନ୍ମ ସ୍ଥାନ ସଂଗ୍ରହାଳୟରେ ସିଏମସି ମେୟର ସୁବାସ ସିଂହ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ଚିରଞ୍ଜୟ ସାହୁ, ରମଜାନ ଖାନ, ରଞ୍ଜନ କୁମାର ବିଶ୍ୱାଳ, ହିମାଂଶୁ ମହାନ୍ତି, ବିନୋଦ ବେହେରା, ବିଜେପି ନେତା ଲଲାଟେନ୍ଦୁ ବଡ଼ୁ, ନୟନ ମହାନ୍ତି, ବସ୍ତିନେତା ବୃନ୍ଦାବନ ଦାସ ଆଜାଦ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଯୋଗଦେଇ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଟ୍ରଷ୍ଟ ସଚିବ ଅଶ୍ୱିନୀ କୁମାର ଶତପଥୀଙ୍କ ନେତୃତ୍ୱରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ନେତାଜୀଙ୍କ ଜନ୍ମ ପ୍ରକୋଷ୍ଠରେ ହୋମଯଜ୍ଞ କରାଯାଇଥିଲା । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରାତଃ ୪ଟା ୩୦ ମିନିଟ ସମୟରେ ରାମାଧୁନ ପରିବେଷଣ, ପୂର୍ବାହ୍ନ ୬ଟା ୩୦ ମିିନିଟରେ ସହରରେ ଅବସ୍ଥାପିତ ନେତାଜୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପରିଚାଳନା କରିଥିଲେ ।
ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ମଧ୍ୟ ନେତାଜୀ ଜୟନ୍ତୀ ପାଳନ କରାଯିବା ସହ ନେତାଜୀଙ୍କ ଜନ୍ମସ୍ଥାନରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ବିଜେଡି, ବିଜେପି, କଂଗ୍ରେସ, ସିପିଆଇ, ସିପିଆଇ(ଏମ) ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ କଲେଜଛକସ୍ଥିତ ନେତାଜୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା । ସେହିଭଳି ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ନେତାଜୀ ଜୟନ୍ତୀ ବେଶ ଧୁମଧାମରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *