ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ଜଗତସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ

ରମେଶ ମହାନ୍ତିଙ୍କ ରିପୋର୍ଟ (ଜଗତସିଂହପୁର)

ଜଗତସିଂହପୁର (ଏନ୍‌.ଏମ୍‌.): ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଆନୁକୁଲ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜଗତସିଂହପୁର କୋର୍ଟ ସମ୍ମୁଖ ରାଜୀବଗାନ୍ଧୀ ପାର୍କ ପରିସରରେ ଥିବା ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ପାରୁଲ୍ ପଟୱାରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଜଗତସିଂହପୁର ପୌରାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ପୌରପରିଷଦର ବରିଷ୍ଠ ସହାୟକ ଦିପକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ଗାନ୍ଧୀଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ଗାନ୍ଧୀ ତତ୍‌କାଳୀନ ପ୍ରଧାନ ମନ୍ତ୍ରୀ ଥିବାବେଳେ ଦେଶରେ ବୈଷୟିକ ଜ୍ଞାନ ଉପରେ ଯେଉଁ ବୈପ୍ଲବିକ ଆନ୍ଦୋଳନ ଆଣିଥିଲେ ଆଜି ତାହାର ସୁଫଳ ଦେଖିବାକୁ ମିଳିଛି ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *